ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ

ଭୁବନେଶ୍ୱର:  ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ । ରାଜ୍ୟରେ ସାମାନ୍ୟ ହେବ ବସ ସେବା । ଗତକାଲିରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି । ପୂର୍ବରୁ ରେଡ଼ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତି ହୋଇଥିଲା, ତାହା ଗତକାଲି କୋଳହ ହୋଇଛି । ଏବେ ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି ।

ରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅନ୍ୟ ରାଜ୍ୟ ସହ କିପରି ଗାଡ଼ି ଚଳାଚଳ କରାଯାଇପାରିବ ସେନେଇ ଆଜି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାମ ଆରମ୍ଭ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ଅତି ଶୀଘ୍ର ରାଜ୍ୟ ଭିତରେ ଗାଡ଼ି ଚଳାଚଳ କରିବା ସହ ରାଜ୍ୟ ଓ ରାଜ୍ୟ ଭିତରେ ଗାଡ଼ି ଚଳାଚଳ ଆରମ୍ଭ ହେବ । ତେବେ ୫୦ ପ୍ରତିଶତ ଯାତ୍ରୀରେ ହିଁ ଗାଡ଼ି ଚାଲିବ ବୋଲି ମଧ୍ୟ ସ୍ପଷ୍ଟ କରିଯାଇଛି । ମହାମାରୀ ଆଶଙ୍କା ଭିତରେ ପରିବହନ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।