ଭୁବନେଶ୍ୱର : ରାଜ୍ୟରେ ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା । ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହେଉଛି । ଘରୋଇ ଓ ସରକାରୀ ବସ ସ୍ୱାଭାବିକ ହେଉଛି । ବସ ଚଳାଇବା ସମୟରେ କୋଭିଡ ନିୟମ ମାନିବାକୁ କୁହାଯାଇଛି । ସିଟ କ୍ଷମତାଠୁ ଅଧିକ ଯାତ୍ରୀ ନେଇ ପାରିବନି ବସ । ପୂର୍ବରୁ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ବି ପ୍ୟାସେଞ୍ଜର ନହେବାରୁ ବହୁତ କମ ବସ ଚଳାଚଳ କରୁଥିଲା ।
ଏବେ ପ୍ରାୟ କଟକଣା କୋହଳ ହୋଇଥିବାରୁ ଆଗକୁ ବସ ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ଆସା କରାଯାଉଛି । ବସ ମାଲିକ ସଂଘର ଦାବି ମୁତାବକ ଓ ସ୍ଥିତିକୁ ଦେଖି ଟ୍ୟାକ୍ସ ଛାଡ ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି । ଏବେ କଟକଣା କୋହଳ ହୋଇଥିବାରୁ ବସ ମାଲିକ ମାନେ ବସ ଚଳାଚଳ କଲେ ଲୋକମାନେ ଜାଣିପାରି ବସରେ ଯାତାୟାତ ଆରମ୍ଭ କରିବେ । ଏହାସହ କରୋନାର ସମସ୍ତ ଗାଇଡଲାଇନକୁ ପାଳନ କରି ବସ୍ ଚଳାଚଳ କରିବ ।