ଆରମ୍ଭ ହେଲା ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବସ୍‌ ସେବା

ପାରାଦ୍ୱୀପ:ପାରାଦ୍ୱୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ନୂତନ ବସ୍‌ ସେବା । ଏଥିରେ ବନ୍ଦର ସମସ୍ତ କର୍ମଚାରୀ ଓ ଶ୍ରମିକମାନେ ଯାତାୟତ କରିବାର ସୁଯୋଗ ପାଇ ପାରିବେ । ଏହା ଦ୍ୱାରା ବନ୍ଦର ଭିତରେ ଘଟୁଥିବା ଦୁର୍ଘଟଣାକୁ ରୋକା ଯାଇ ପାରିବ ।

ପୂର୍ବରୁ ବନ୍ଦର ନିଷିଦ୍ଧାଞ୍ଚଳରେ ଶ୍ରମିକ ଓ କର୍ମଚାରୀମାନେ ସାଇକେଲ ଓ ବାଇକ୍‌ରେ ଯାତାୟତ କରୁଥିଲେ । ତେଣୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଆଜି ୪ଟି ବସ୍‌ର ଶୁଭାରମ୍ଭ ହୋଇଛି । ନିଷିଦ୍ଧାଞ୍ଚଳରେ କେବେଳ ଷ୍ଟାଫ୍‌ ଓ କର୍ତ୍ତୃପକ୍ଷମାନେ ଏହି ବସ୍‌ରେ ଯିବା ଆସିବା କରିବେ ।  ଆଉ ନିଷିଦ୍ଧାଞ୍ଚଳ ଭିତରକୁ ବାଇକ କିମ୍ବା ସାଇକେଲ ନେବା ଉପରେ କଟକଣା ଜାରି କରାଯାଇଛି ।