ବସ ଓଲିଟି ୨୦ ଜୁଡ଼ୋ ଖେଳାଳି ଆହତ

ଇମ୍ଫାଲ:ମଣିପୁର ଇମ୍ଫାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବସ ଓଲଟିବା ଫଳରେ ୨୦ ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କିଛି ଜୁଡ଼ୋ ଖେଳାଳିଙ୍କୁ ନେଇ ଏକ ବସଟି ଇମ୍ଫାଲରୁ ଯାଉଥିଲା । ଆଜି ଭୋରୁ ଇମ୍ଫାଲରୁ ଦୀମାପୁର ଆସିବା ବାଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ବସଟି ଓଲଟି ପଡ଼ିବାରୁ ୨୦ଜଣ ଯାତ୍ରୀ ବା ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି । ଦୁର୍ଘଟଣାଗ୍ରସ୍ତ ବସଟିରେ କୋଚଙ୍କ ସମେତ ୩୦ଜଣ ଜୁଡ଼ୋ ଖେଳାଳି ଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ମଧ୍ୟ ଆସିଥିବା କିଛି ବ୍ୟକ୍ତି ଏହି ଜୁଡ଼ୋକା ଟିମରେ ସାମିଲ ଥିଲେ । ଓଡ଼ିଶାରୁ ଥିବା ଜୁଡ଼ୋକା ଟ୍ରେନ ଯୋଗେ ଭୁବନେଶ୍ୱର ଫେରୁଛନ୍ତି ।