ଆଗ୍ରାରେ ଯାତ୍ରୀଙ୍କ ସହିତ ବସ ହାଇଜାକ

ଆଗ୍ରା: ଆଗ୍ରାରେ ଯାତ୍ରୀଙ୍କ ସହିତ ବସ ହାଇଜାକ । ପୋଲିସ ହାତ ଖାଲି । ୧୦ ଘଣ୍ଟା ପରେ ବି ମିଳିନି ସୁରାକ । ଫାଇନାନ୍ସ କର୍ମଚାରୀ କହି ବସରେ ଚଢିଥିଲେ ଅପରାଧୀ । କାରରେ ବସକୁ ଓଭରଟେକ କରି ବସ୍‌କୁ ନିଜ କବଜାକୁ ଅପରାଧୀମାନେ ନେଇଥିଲେ । କୁବେରପୁରରେ ଡ୍ରାଇଭର ଓ ହେଲପରଙ୍କୁ ଛାଡି ବସକୁ ଅପରାଧୀମାନେ ନେଇଯାଇଥିବା ସୂଚନା । ବସରେ ଥିଲେ ୩୪ ଯାତ୍ରୀ ।