ରାଜଧାନୀ ରାସ୍ତା ଉପରେ ଜଳିଗଲା ବସ୍

ଭୁବନେଶ୍ୱର: ରାଜଧାନୀ ରାସ୍ତା ଉପରେ ଜଳିଗଲା ବସ୍ । ଭୁବନେଶ୍ୱର ଶହୀଦ ନଗର ରାସ୍ତା ଉପରେ ଠିଆ ହୋଇଥିବା ବସ୍ ରେ ହଠାତ୍ ନିଆଁ ଲାଗିଗଲା । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚି ନିଆଁକୁ ଆୟତ କରିଥିଲେ ।

ସୂଚନା ଅନୁସାରେ, ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବସ୍ ନମ୍ବର କେଏ ୦୧ ଡି ୫୧୮୦ରେ ଆଜି ଦିନ ୨ଟା ସମୟରେ ହଠାତ ଧୂଆଁ ବାହାରିଥିଲା | ଏହା ପରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା ଓ କିଛି ସମୟ ମଧ୍ୟରେ ବସଟି ଜଳିଯାଇଥିଲା | ସ୍ଥାନୀୟ ଲୋକ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ | ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି | ତେବେ କେଉଁ କାରଣ ପାଇଁ ବସରେ ନିଆଁ ଲାଗିଲା ତାହା ଜଣାପଡ଼ିନଥିବାବେଳେ ବସ ମାଲିକଙ୍କୁ ନେଇ ପ୍ରତ୍ୟକ୍ଷଦର୍ଶୀ ସଙ୍ଗୀନ ତଥ୍ୟ ଦେଇଛନ୍ତି |

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୩ ବର୍ଷ ତଳେ କେହି ଜଣେ ଅଜଣା ବ୍ୟକ୍ତି ବସଟିକୁ ଆଣି ଶହୀଦନଗରର ଏହି ସ୍ଥାନରେ ରଖି ଫେରାର ହୋଇଯାଇଥିଲେ | ସେହିଦିନଠାରୁ ପରିତ୍ୟକ୍ତ ଅବସ୍ଥାରେ ବସଟି ପଡ଼ିରହିଛି | ରେଜିଷ୍ଟ୍ରେସନ ନମ୍ବରରୁ ବସଟି କର୍ଣ୍ଣାଟକ ରାଜ୍ୟର ବୋଲି ଜଣାପଡିଛି |