ବସ୍ ଭଡ଼ା ବଢ଼ିଲା

ସାଧାରଣ ବସ୍ରେ ଯାତ୍ରା କଲେ କିଲୋମିଟର ପିଛା ୭୨ ପଇସା, ଏକ୍ସପ୍ରେସ୍ ବସ୍ରେ ୭୫ ପଇସା, ଡିଲକ୍ସ ବସ୍ରେ ୧ଟଙ୍କା ୫ ପଇସା ଓ ଏସି ଡିଲକ୍ସରେ ୧ଟଙ୍କା ୨୭ ପଇସା ପଡ଼ିବ ।
ଭୁବନେଶ୍ୱର : ଡିଜେଲ୍ ଦର କ୍ରମାଗତ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇଛନ୍ତି । ପରିବହନ ବିଭାଗ ପକ୍ଷରୁ ଶନିବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କିଲୋମିଟର ପିଛା ସାଧାରଣ ଓ ଏକ୍ସପ୍ରେସ୍ ବସ୍ରେ ୨ ପଇସା ଏବଂ ଏସି ଓ ଡିଲକ୍ସ ବସ୍ରେ ୪ ପଇସା ବୃଦ୍ଧି କରାଯାଇଛି । ତତ୍କ୍ଷଣାତ ଏହି ବୃଦ୍ଧି ଲାଗୁ ହୋଇଛି ବୋଲି ପରିବହନ କମିଶନର କହିଛନ୍ତି । ବର୍ତ୍ତମାନ ସାଧାରଣ ବସ୍ରେ ଯାତ୍ରା କଲେ କିଲୋମିଟର ପିଛା ୭୨ ପଇସା, ଏକ୍ସପ୍ରେସ୍ ବସ୍ରେ ୭୫ ପଇସା, ଡିଲକ୍ସ ବସ୍ରେ ୧ଟଙ୍କା ୫ ପଇସା ଓ ଏସି ଡିଲକ୍ସରେ ୧ଟଙ୍କା ୨୭ ପଇସା ପଡ଼ିବ ।