ବଢିଲା ବସ୍ ଭଡା

ଭୁବନେଶ୍ୱର: ରାଜ୍ୟରେ ଘରୋଇ ବସ୍‌ ଭଡ଼ା ବୃଦ୍ଧି ପାଇଥିବା ନେଇ ମଙ୍ଗଳବାର ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସରକାର ତୈଳ ଦର ବୃଦ୍ଧି ଯୋଗୁଁ ବସ୍‌ ଭଡ଼ା ବଢ଼ାଇଛନ୍ତି। ଅର୍ଡିନାରି ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ,ଏସି ଡିଲକ୍ସ ବସ୍‌ ଭଡ଼ା ୬ପଇସା ବୃଦ୍ଧି ପାଇଛି। ଏବେ ଅର୍ଡିନାରି ବସ୍‌ ଭଡ଼ା ୬୭ରୁ ୭୦ ପଇସାକୁ ବୃଦ୍ଧି ପାଇଛି, ସେହିପରି ସାଧାରଣ ଏକ୍ସପ୍ରେସ ବସ୍‌ ଭଡ଼ା ୭୦ରୁ ୭୩ ପଇସା ହୋଇଛି।

ସେହିପରି ଡିଲକ୍ସ ଭଡ଼ା ୯୫ ପଇସାରୁ ୧ ଟଙ୍କା ୧ପଇସାକୁ ବଢ଼ିଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଥିବା ନେଇ ବସ୍‌ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ଶେଷଥର ପାଇଁ ମାର୍ଚ୍ଚ ୨୧ରେ ବସ୍‌ ଭଡ଼ା ବୃଦ୍ଧି ପାଇଥିଲା।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବିଭିନ୍ନ  ତୈଳ କମ୍ପାନି ପକ୍ଷରୁ ପେଟ୍ରୋଲ ଦର ଲିଟର ପିଛା ୪୭ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୫୭ ପଇସା ବଢ଼ିଛି। ଏହାଫଳରେ କି ପେଟ୍ରୋଲର ଦାମ୍‌ ଏବେ ୭୬.୭୩ ଟଙ୍କା ଲିଟର ପିଛା ରହିଛି । ସେହିପରି ଡିଜେଲ୍‌ ଦର ଲିଟର ପିଛା ୭୫.୧୯ଟଙ୍କା ରହିଛି । ୮୨ ଦିନ ଧରି ତୈଳ ଦର ସ୍ଥିର ଥିଲା ବେଳେ ଗତ ୧୦ ଦିନ ଧରି କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୫.୪୭ ଟଙ୍କା ଓ ଡିଜେଲ ଲିଟର ପିଛା ୫ ଟଙ୍କା ୪୭ ପଇସା ମହଙ୍ଗା ହୋଇଛି।