ପୁଣି ବଢିଲା ବସ୍ ଭଡ଼ା

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା । ପୁଣି ୨ ରୁ ୪ ପଇସା କୁ ବୃଦ୍ଧି ହୋଇଛି ବସ୍ ଭଡ଼ା । ଅର୍ଡ଼ିନାରୀ ବସ୍ ଭଡ଼ା କିଲୋମିଟର ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୩ରୁ ୭୫ ପଇସାକୁ ବୃଦ୍ଧି ହୋଇଛି ।

ଡିଲକ୍ସ ୧ଟଙ୍କା ୧ପଇସାରୁ ୧ଟଙ୍କା ୫ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏସି ଡିଲକ୍ସ ୧ଟଙ୍କା ୨୩ ପଇସାରୁ ୧ଟଙ୍କା ୨୭ ପଇସାକୁ ବୃଦ୍ଧି ହୋଇଛି। ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।