ବସ୍ ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ, ୫ ଜଣ ଗୁରୁତର

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ପଡ଼ା ଛକରେ ନିକଟରେ ଏକ ବସ୍ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ, ୫ ଜଣ ଗୁରୁତର ଥିବା ଜଣାଯାଇଛି । ଆହତମାନଙ୍କୁ ହିନ୍ଦୋଳ ଓ ଖଜୁରିଆକଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ବଲପୁରରୁ ଭୁବନେଶ୍ବର ଯାଉଥିଲା ମା ପ୍ରମୋଦା ନାମକ ଏକ ଘରୋଇ ବସ୍।

‘ପ୍ରମୋଦା’ ବସ ଆଜି ଭୋର ସକାଳୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୫ ଜଣ ଆହତ ହୋଇଥିଲେ । ସମସ୍ତ ଯାତ୍ରୀ ବସଟି ଓଲଟି ପଡ଼ିବାରୁ ଗୁରୁବାର ଭୋର ସକାଳୁ ଆହତ ହୋଇଥିବା ସୂଚନା ମିଳିଛି ।ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳର ଥାନା ପଡ଼ାଛକରେ ଘରୋଇ ବସ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ହିନ୍ଦୋଳ ଓ ଖଜୁରିଆକଟା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।