କଳିଙ୍ଗା ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣା: ୩ଆହତ

ଭୁବନେଶ୍ୱର : କଳିଙ୍ଗା ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣା । ବସ୍‌ରେ ୫୭ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି । ସୁରତରୁ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଂଚଳକୁ ଫେରୁଥିବା ସୂଚନା ମିଳିଛି । ଭାରସାମ୍ୟ ହରାଇ ଗାର୍ଡୱାଲ୍‌ରେ ପିଟି ହୋଇ ଏହି ଦୁର୍ଘଟଣା ହୋଇଛି ବୋଲି ଜଣାପଡ଼ିଛି । ଡ୍ରାଇଭର ସମେତ ୩ଜଣ ଯାତ୍ରୀ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଏସ୍‌ଡିପିଓ ପହଂଚିଛନ୍ତି । ପୁଲିସ୍ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଗତକାଲି ଏହି କଳିଙ୍ଗ ଘାଟିରେ ଦୁର୍ଘଟଣା ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୧୫ଜଣ ଆହତ ହୋଇଥିଲେ । ସେହିପରି ଆଜି ସକାଳେ ନାଗପୁରର ଅମରାବତୀ ଏନ୍‌ଏଚ୍ ଠାରେ ବସ୍ ଓଲଟି ୫ଜଣ ଆହତ ହୋଇଥିଲେ ।