ଭୁବନେଶ୍ୱର : ପ୍ରବାସୀଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ।ବସ୍ଟି ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ବାଙ୍କୀ ଆସୁଥିଲା । ବସରେ ୪୦ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି । ଗତ କାଲି ବିଳମ୍ବିତ ରାତିରେ ଏନଏଚ-୧୬ କୁହୁଡି ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପିଟି ରାସ୍ତା କଡ଼କୁ ଟଳି ପଡିଥିଲା ବସଟି । ଏଥିରେ ବସ ଡ୍ରାଇଭର ମୃତ୍ୟୁ ବରଣ କରିଥିବା କୁହାଯାଉଛି | ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଟାଙ୍ଗି ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏହାକୁ ମିଶାଇ ପ୍ରବାସୀ ଓଡ଼ିଆକୁ ଧରି ଆସୁଥିବା ବସ ମଧ୍ୟରୁ ୪ଟି ଦୁର୍ଘଟଣା ହେଲାଣି ।