ଜୀବନ୍ତ ଜଳିଗଲେ ଭାଇ ଭଉଣୀ

ବୋରିଗୁମ୍ମା : କୋରାପୁଟ ବୋରିଗୁମ୍ମା ଵ୍ଳକ ଅନ୍ତର୍ଗତ ତାରାଗାଁରେ  ଅଘଟଣ। ଘରେ ନିଆଁ ଲାଗିଯିଵାରୁ ଜୀବନ୍ତ ଜଳିଗଲେ ଭାଇ ଭଉଣୀ।୬ ଵର୍ଷର କୁନି ଝିଅର ମୄତ୍ୟୁ ହୋଇଥିବା ଵେଳେ ଜୀବନ ମରଣ ସହ ସଂଘର୍ଷ କରୁଛି ୭ ମାସର କୁନି ପୁଅ।ଏମାନଙ୍କୁ ପ୍ରଥମେ ବୋରିଗୁମ୍ମା ଓ ପରେ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା।ହେଲେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ତେଵେ କୁନି ପୁଅଟିର ଶରୀର ୭୦ ପ୍ରତିଶତ ପୋଡି ଯାଇଛି।ସବୁ ଦିନ ପରି ତାରାଗାଁର ଵଳରାମ ହରିଜନଙ୍କ ପରିବାର ଗତ କାଲି ରାତିରେ ଖାଇ ସାରିବା ପରେ ସୋଇପଡିଥିଲେ।ହେଲେ ସକାଳୁ ସକାଳୁ ଘଟିଥିଲା ଏହି ଅଘଟଣ।ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ଯାଇଥିଲା।ଏହି ସମୟରେ ଘରେ ପେଟ୍ରୋଲ ଥିବାରୁ ସଂଗେ ସଂଗେ ନିଆଁ ପୁରା ଘରକୁ ବ୍ୟାପିଯାଇଥିଲା।