ଭୁବନେଶ୍ୱର: ବରମୁଣ୍ଡା ବସ୍ଷ୍ଟାଣ୍ଡ ହେବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ । ସେଥିଲାଗି ବିଡିଏ ପକ୍ଷରୁ ଆଜିଠୁ ଉଚ୍ଛେଦ କାମ ଆରମ୍ଭ ହୋଇଛି । ନୂଆ ବସ୍ ଟର୍ମିନାଲ ହେବାକୁ ଥିବାରୁ ବସ୍ଷ୍ଟାଣ୍ଡରେ କାମ ଆରମ୍ଭ ହୋଇଛି । ୧୫.୦୫ ଏକର ସ୍ଥାନରେ ଇଣ୍ଟରଷ୍ଟେଟ୍ ବସ ଟର୍ମିନାଲ ନିର୍ମାଣ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବ୍ରିଜ୍ ଆଣ୍ଡ ରୁଫସ କମ୍ପାନୀ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ଟର୍ମିନାଲ ତିଆରି ହେବ ।
ନୂଆ ବସ୍ ଟର୍ମିନାଲରେ ରହିବ ଅତ୍ୟାଧୁନିକ ସେବା । ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ ବିଦ୍ୟୁତ୍ ସେବା । ଏହା ସହ ଅଗ୍ନି ନିର୍ବାବକ ବ୍ୟବସ୍ଥା ସହ ଫାୟାର ଆଲାରାମ୍ ବ୍ୟବସ୍ଥା ରହିବ । ଏଠାକୁ ଆସୁଥିବା ଯାତ୍ରୀଙ୍କ ସୂଚନା ଲାଗି ଡିସପ୍ଲେ ବ୍ୟବସ୍ଥା କରାଯିବ । ସେହିପରି ସୋଲାର ପାୱାର ସିଷ୍ଟମ, ସ୍ୱେରେଜ ସିଷ୍ଟମ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଇଣ୍ଟରକମ୍ ଟେଲିକମ୍ ସିଷ୍ଟମ, ସୋଲାର ପାୱାର ସିଷ୍ଟମ ଆଦି ବ୍ୟବସ୍ଥା କରାଯିବ । ସେପଟେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଦୋକାନ କରିଥିବା ଲୋକେ ଉଚ୍ଛେଦକୁ ବିରୋଧ କରିଛନ୍ତି ।