ବୁର୍ଲାରେ ୧୪୪ ଧାରା ଜାରି

ବୁର୍ଲା: ବୁର୍ଲାରେ ଜାରି ହେଲା ୧୪୪ ଧାରା । କରୋନାର ଲୋକାଲ କେସ୍ ଜଣାପଡିବା ପରେ ବୁର୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ବୁର୍ଲାର ଆର୍ କଲୋନୀ, ଚିପିଲିମା, ପିସି ବ୍ରିଜରୁ ଫାଣ୍ଡି ଛକ, କିର୍ବା, ପାଣି ଟାଙ୍କି ପଡା, ବସନ୍ତ ବିହାର ଏସବୁ ଅଂଚଳରେ ୧୪୪ ଧାରା ଜାରି ହୋଇଛି ।

୫ ଦିନ ପର୍ଯ୍ୟନ୍ତ ଏସବୁ ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡ଼ାଉନ ଘୋଷଣା କରାଯାଇଛି । କଂଟେନମେଂଟ ଜୋନ୍‌ରେ ଥିବା କିଛି ଅଂଚଳକୁ ମଧ୍ୟ ସଟଡ଼ାଉନ ଘୋଷଣା କରାଯାଇଛି । ଯଦି ଏହି ଆଇନକୁ କେହି ଉଲଂଘନ କରନ୍ତି ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ସହ ଅଗ୍ନିଶମ ବିଭାଗ ପକ୍ଷରୁ ବୁର୍ଲାର ବିଭିନ୍ନ ଅଚଂଳକୁ ସାନିଟାଇଜ କରାଯାଇଛି ।