ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ପ୍ରଥମ ଗୀତ ‘ବୁର୍ଜ ଖଲିଫା

୪ ଲକ୍ଷରୁ ଅଧିକ ଲୋକ ଦେଖିଲେଣି

ମୁମ୍ବାଇ : ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ପ୍ରଥମ ଗୀତ ଆଜି ରିଲିଜ୍ ହୋଇଛି। ରିଲିଜ ହୋଇଥିବା ପ୍ରଥମ ଗୀତଟି ହେଉଛି ‘ବୁର୍ଜ ଖଲିଫା’। ଗୀତରେ ଅକ୍ଷୟଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ କିୟାରା ଆଡଭାନୀ। ଲୋକେ ଏହାକୁ ଏତେ ମାତ୍ରାରେ ପସନ୍ଦ କରିଛନ୍ତି ଯେ ଟ୍ବିଟରରେ #burjkhalifaଟ୍ରେଣ୍ଡ କରୁଛି।

ଗୀତକୁ ଟ୍ବିଟରରେ ବେଶ ଭଲ ରେସପନ୍ସ ମିଳୁଛି। ଏହାକୁ ଚଳିତବର୍ଷର ବ୍ଲଗବଷ୍ଟର ଗୀତ ବୋଲି ମଧ୍ୟ ଅନେକେ କହୁଛନ୍ତି। ତେବେ ଅକ୍ଷୟଙ୍କ ଏନର୍ଜିକୁ ବେଶ ପ୍ରଶଂସା କରାଯାଇଛି। ଏହା ହେଉଛି ତାମିଲ ହରର ଫିଲ୍ମ ‘ମୁନି-୨: କଞ୍ଚନା’ର ହିନ୍ଦୀ ରିମେକ। ଯାହାର ନାଁ ‘ଲକ୍ଷ୍ମୀ ବମ୍‌ବ’ ରଖାଯାଇଛି। ଫିଲ୍ମରେ ଅକ୍ଷୟଙ୍କ ଶରୀରରେ ଟ୍ରାନ୍ସଜେଣ୍ଡର ଆତ୍ମା କବଜା କରି ନେଉଛି ଓ ସେ ତାଙ୍କ ଶତ୍ରୁଙ୍କ ଉପରେ ପ୍ରତିଶୋଧ ନେଉଥିବା ଦେଖିବାକୁ ମିଳିବ।

ଲୋକମାନେ ଗୀତରେ ଅକ୍ଷୟ ଓ କିୟାରାଙ୍କ ଡାନ୍ସକୁ ବେଶ୍ ପସନ୍ଦ କରିଛନ୍ତି। ଏହା ସହ ସୁନ୍ଦର ଲୋକେସନ ମଧ୍ୟ ଦେଖିବାକୁ ମିଳୁଛି। ଗୀତରେ କିୟାରା ଖୁବ୍ ସୁନ୍ଦର ଦିଶୁଛନ୍ତି। ଏହା ସହ ଅକ୍ଷୟ ହ୍ୟାଣ୍ଡସମ ଦିଶୁଛନ୍ତି। ରିଲିଜ ହେବାର କିଛି ସମୟ ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଦେଖିଲେଣି। ଏହା ନଭେମ୍ବର ୯ ଅର୍ଥାତ ଦୀପାବଳୀରେ ରିଲିଜ ହେବ।

burji khalifa song relies