୩୧ରୁ ସଂସଦ ଅଧିବେଶନ; ୧ରେ ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ: ଚଳିତମାସ ୩୧ ତାରିଖରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହା ଏପ୍ରିଲ ୩ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚଲାଇବାକୁ ଅନୁମୋଦନ ମିଳିଛି । ଅନ୍ୟପଟେ ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ।

ସୂଚନାଯୋଗ୍ୟ, ମୋଦି ସରକାରଙ୍କ କାର୍ଯ୍ୟକାଳରେ ସାଧାରଣ ବଜେଟ ଫେବୃୟାରୀ ପ୍ରଥମ ସପ୍ତାହରେ ଉପସ୍ଥାପନ କରାଯାଉଛି । ଏହା ପୂର୍ବରୁ ଫେବୃୟାରୀ ଶେଷ ସପ୍ତାହରେ ସାଧାରଣ ବଜେଟ ଉପସ୍ଥାପନ କରାଯିବାର ପରମ୍ପରା ଥିଲା ।

ଉଲ୍ଲେଖନୀୟ, ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୩୧ରୁ ଫେବୃୟାରୀ ୧୧ ଯାଏଁ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଏହା ମାର୍ଚ୍ଚ ୨ ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ । ସୂଚନାଯୋଗ୍ୟ ବଜେଟ ଅଧିବେଶନର ୨ଟି ପର୍ଯ୍ୟାୟ ମଧ୍ୟରେ ସାଧାରଣତଃ ଏକ ମାସ ସମୟ ବ୍ୟବଧାନ ରଖାଯାଇଥାଏ । କାରଣ ଏହାରି ମଧ୍ୟରେ ସଂସଦୀୟ କମିଟି ବିଭିନ୍ନ ମନ୍ତ୍ରାଳୟ ଗସ୍ତ କରି ବଜେଟ ଆବଂଟନ ସଂପର୍କିତ ପରୀକ୍ଷା ନିରୀକ୍ଷା କରିଥାନ୍ତି । କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ ଉପରେ ରାଷ୍ଟ୍ରପତି ଉଭୟ ଗୃହ ଚଳାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ହେବ ପ୍ରଥମ ପୂର୍ଣ୍ଣ ବଜେଟ ।