ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ତୃତୀୟ ତଥା ଚଳିତ ବର୍ଷର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିଛନ୍ତି । ନିଜ ଅଭିଭାଷଣରେ ରାଜ୍ୟପାଳ ବିଶେଷ କରି ୫ଟି, ‘ମୋ ସରକାର’, କୃଷି, ଆବାସ ଯୋଜନା, ସ୍ବାସ୍ଥ୍ୟ, ଶିକ୍ଷା ଭଳି ଦିଗ ଉପରେ ଗୁରୁତ୍ବ ଦେଇଛନ୍ତି।
ଅଭିଭାଷଣରେ ରାଜ୍ୟପାଳ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି। ରାଜ୍ୟର ଲୋକଙ୍କ ସୁବିଧା ପାଇଁ ‘ମୋ ସରକାର’ ଆରମ୍ଭ କରାଯାଇଛି କହିଛନ୍ତି ରାଜ୍ୟପାଳ । ‘ମୋ ସରକାର’ ପ୍ରଶାସନିକ ବ୍ୟବସ୍ଥାର ନୂତନ ପରିମାପକ, ବିନା ଅସୁବିଧାରେ ସ୍ଵଚ୍ଛ ଉପାୟରେ ଲୋକଙ୍କୁ ଉଦ୍ଦିଷ୍ଟ ସେବା ମିଳୁଛି । ୫ଟି ଭଳି ଅମୁଲ୍ୟ ରତ୍ନ ମୋ ପ୍ରଶାସନର ମୂଳ ମନ୍ତ୍ର ପାଲଟିଛି। ପରାମର୍ଶ ଭିତିକ ପ୍ରଶାସନର କାମ କରିବା ମୋ ସରକାରର ଲକ୍ଷ୍ୟ କହିଛନ୍ତି ରାଜ୍ୟପାଳ।
ଓଡିଶା ଭାରତର ଆତ୍ମା । ସାଂସ୍କୃତିକ ପରମ୍ପରା ଏବଂ ଇତିହାସ ଦୃଷ୍ଟିରୁ ସ୍ବତନ୍ତ୍ର । ନୂତନ ଓଡିଶା ଗଠନରେ ମୋ ସରକାର ଅଙ୍ଗୀକାରବଦ୍ଧ । ଐତିହ୍ୟ କ୍ଷେତ୍ରର ବିକାଶ ଓ ସଂରକ୍ଷଣ ଆବଶ୍ୟକ । ‘ମୋ ସରକାର’ ଆସନ୍ତା ବର୍ଷ ବିଭିନ୍ନ ଯୋଜନାରେ ଅଧିକ ୨୫୦ କୋଟି ସେତୁ ଏବଂ ୨୫୪୨କିମି ଗ୍ରାମ୍ୟ ସଡ଼କ ନିର୍ମାଣ କରିବାକୁ ଲକ୍ଷ ରଖିଛି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ । ସେହିପରି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ମୋ ସରକାର ଐତିହାସିକ ପଦକ୍ଷେପ । ସ୍ବତନ୍ତ୍ର କୃଷି ନୀତି ଦ୍ବାରା କୃଷି କ୍ଷେତ୍ରର ବିକାଶ ଉପରେ ଧ୍ୟାନ ଦିଆଯାଉଛି । କୃଷକଙ୍କ ଆୟ ଦ୍ଵିଗୁଣ କରିବାକୁ ଜାତୀୟ ଏଜେଣ୍ଡା ଆଧାର କାର୍ଯ୍ୟକ୍ରମ ନିଆଯାଉଛି । କାଳିଆରେ ସାମିଲ ହେବେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାର ବି ଏକ ବର୍ଷ ମଧ୍ୟରେ ସାମିଲ ହେବେ।
‘ମୋ ସରକାର’ ୪ଟି ବୃହତ ପ୍ରକଳ୍ପ ୧୩ଟି ପ୍ରମୁଖ ପର୍ୟ୍ୟଟନସ୍ଥଳି ମୌଳିକ ଭିତିଭୂମି ବିକାଶ ପାଇଁ ଲକ୍ଷ ରଖାଯାଇଛି । ପ୍ରତି ଜିଲ୍ଲାରେ କୃଷକଙ୍କ ପାଇଁ ‘ମୋ ସରକାର’ ଡେସ୍କ କରାଯାଇଛି । ୭୨ ବ୍ଲକକୁ ସମ୍ପ୍ରସାରିତ ହୋଇଛି ମିଲେଟ ମିଶନ୧୧ ଜିଲ୍ଲାର ଜନଜାତି ଅଂଚଳରେ ୨୩୨୩୬ ହେକ୍ଟର ଜମିରେ ଏହି କାର୍ଯ୍ୟକ୍ରମ ଚାଲିଛି । ଯନ୍ତ୍ରପାତି ଓ ବ୍ୟବହାରର ତାଲିମ ମଧ୍ୟ ଦିଆଯାଉଛି । ସୌର ଜଳନିଧି ଯୋଜନାରେ ମିଳୁଥିବା ଯନ୍ତ୍ରପାତି କୃଷି ପାଇଁ କାର୍ଯ୍ୟକାରୀ ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ୨୦୨୦-୨୧ ବର୍ଷରେ ୧.୮୪ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ । ଏକ ବର୍ଷ ଭିତରେ ୨୦୦ କ୍ଷୁଦ୍ର ଜଳସେଚନ ଭଣ୍ଡାରର ଉନ୍ନତିକରଣ ହେବ।
ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ୩,୨୮, ୫୦,୮୧୬ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଯାହା ମୋଟ ଜନ ସଂଖ୍ୟାର ୭୮:୩ ପ୍ରତିଶତ । ୧୨୦୦ଟି ଅଚଳ ଉଠା ଜଳସେଚନ କାର୍ଯ୍ୟକ୍ଷମ ହୋଇଛି କହିଛନ୍ତି ରାଜ୍ୟପାଳ ।
ଏହି ବଜେଟ ଅଧିବେଶନ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି। ୨୭ ସରକାରୀ ଦିବସ ଏବଂ ୪ ବେସରକାରୀ ଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବୃୟାରୀ ୧୪ରୁ ଆରମ୍ଭହୋଇ ୨୬ ତାରିଖ ଯାଏ ଚାଲିବ । ଫେବୃୟାରୀ ୧୮ ତାରିଖରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଏଥିରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୨୨ଟି କାର୍ଯ୍ୟ ଦିବସ ରହିଛି।