ବଜେଟ ଅଧିବେଶନ: ଦ୍ବିତୀୟ ଦିନରେ ଦିନ ୧୨ଟା ଯାଏଁ ଗୃହ ମୁଲତବୀ

ନୂଆଦିଲ୍ଲୀ: ଦ୍ବିତୀୟ ଦିନର ବଜେଟ ଅଧିବେଶନ ଆରମ୍ଭ ହେବା ପରେ ବିରୋଧି ସିଏଏ ଓ ଏନଆରସିକୁ ନେଇ ଲୋକସଭାରେ ହଙ୍ଗାମା । ଏହାପରେ ଦ୍ବିତୀୟ ଦିନରେ ମଧ୍ୟ ତଳ ସଦନରେ ଦିନ ୧୨ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।

ଅନ୍ୟପକ୍ଷେ ମହାତ୍ମାଗାନ୍ଧୀଙ୍କୁ ନେଇ ଅନନ୍ତ କୁମାର ହେଗଡେଙ୍କ ବିବାଦୀୟ ବୟାନକୁ ନେଇ ବିରୋଧି ଘେରାଉ କରିଥିଲେ । ଫଳରେ ଗୃହକାମକୁ ମୁଲତବୀ ରଖାଯାଇଛି । ଏହାସହ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ମଣିକମ ଟେଗୋର ଲୋକସଭାରେ ସିଏଏକୁ ସ୍ଥଗିତ ପ୍ରସ୍ତାବ ଦେଇଛନ୍ତି ।

ଏହାସହ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବକୁ ଦେଖି ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାର ଶୂନ୍ୟକାଳରେ ଜବାବ ରଖିବାକୁ ଅନୁମତି ମାଗିଛନ୍ତି । ଏହାସହ ବିଜେପି ସାଂସଦ ସରୋଜ ପାଣ୍ଡେ ରାଜ୍ୟସଭାରେ ଏକ ଦେଶ ଏକ ନିର୍ବାଚନକୁ ନେଇ ଶୂନ୍ୟକାଳରେ ନୋଟିସ ଦେଇଛନ୍ତି ।