ବଜେଟ ନୂତନ ଭାରତର ଗଠନ ପାଇଁ ପଥ ଉନ୍ମୁକ୍ତ କରିବ : ନାଲକୋ ଅଧ୍ୟକ୍ଷ

ଭୁବନେଶ୍ୱର:କେନ୍ଦ୍ର ବଜେଟକୁ ନେଇ ନିଜ ମତ ରଖିଛନ୍ତି ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ । ଏହି ବଜେଟ ନୂତନ ଭାରତର ଗଠନ ପାଇଁ ପଥ ଉନ୍ମୁକ୍ତ କରିବ । ଭିତିଭୂମି ପ୍ରକଳ୍ପ ବୃଦ୍ଧି ତଥା ଏମଏସଏମଇ ଗୁଡିକୁ ପ୍ରୋତ୍ସାହନ ଦେବା ସହ ଏହି ବଜେଟଟି ଏକ ପୁନଃନିବେଶକ ଆଧାରିତ ବଜେଟ ଅଟେ, ଯାହା କି ଆଗାମୀ ଦିନରେ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ଏବଂ ଆଲୋ ଟ୍ୟାକ୍ସ ଭଳି ଇନ୍ସେଂଟିଭ ଏବଂ ଷ୍ଟାର୍ଟ-ଆପ୍ ଗୁଡିକ ପାଇଁ ୨ ପ୍ରତିଶତ ସୁଧହାରରେ ଆର୍ôଥକ ସହାୟତା ପ୍ରଦାନ ଆଦି ବ୍ୟବସ୍ଥା ଦୀର୍ଘକାଳୀନ ଭାବରେ ଦେଶ ପାଇଁ ବରଦାନ ସାବ୍ୟସ୍ତ ହେବା ବେଳେ କଷ୍ଟମ୍ସ ଡ୍ୟୁଟିରେ ପରିବର୍ତନ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଅଧିକ ସୁଗମ କରିବ ।

ଗୃହ ଋଣ ଶସ୍ତା ହେବା ଦ୍ୱାରା ଏହା ରିଅଲ ଇଷ୍ଟେଟ ବ୍ୟବସାୟକୁ ସୁହାଇବ । ଏଥିସହ ଏହି ବଜେଟରେ ଗ୍ରାମୀଣ ଅର୍ଥନୀତି ଏବଂ କୃଷକ ସମୁଦାୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ୨୦୨୦ ଆର୍ଥିକ ବର୍ଷରେ ୫୦ ହଜାର ଜଣ କଳାକାରଙ୍କ ପାଇଁ ୧୦୦ଟି ନୂତନ କ୍ଲଷ୍ଟର ଗଠନ କରାଯିବାର ଯୋଜନା ରହିଛି । ଯାହା କି ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରିବ । ଏହି ବଜେଟରେ ତୃଣମୂଳ ସ୍ତରରେ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଜାତୀୟ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା ରହିଛି । ଜଳ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରିବା ସହ ଜାତୀୟ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା ରହିଛି । ଜଳ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଜଳ ଶକ୍ତି ନାମକ ଏକ ନୂତନ ମନ୍ତ୍ରାଳୟ ଗଠନ କରାଯାଇଛି । ଯାହା କି ଜଳସାଧନ ପରିଚାଳନା ଏବଂ ପାନୀୟ ଜଳ ଯୋଗାଣ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବ । ଏହା ବାସ୍ତବରେ ସ୍ୱାଗତଯୋଗ୍ୟ ।