ବଜେଟରେ ସବୁ ବର୍ଗକୁ ଖୁସି କରିବାର ପ୍ରୟାସ : ପଢନ୍ତୁ ବଜେଟ ମୁଖ୍ୟାଶଂ

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‌ ଉପସ୍ଥାପନା କରିଛନ୍ତି । କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ବଜେଟ୍‌ ଉପସ୍ଥାପନା କରି ସରକାରଙ୍କ ବିକାଶମୂଳକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଟିକସ ଦାତା ନିଜ ଦାୟିତ୍ୱ ସୂଚାରରୂପେ କରିଥିବାରୁ ଆଜି ଭାରତର ଅର୍ଥନୀତିରେ ଅନେକ ଉନ୍ନତି ହୋଇଛି । ଦେଶ ବିକାଶ ପଥରେ ଆଗଉଛି । ବଜେଟରେ ଚାଷୀଙ୍କ ପାଇଁ ସହାୟତା ରାଶି, ଶ୍ରମିକଙ୍କ ପାଇଁ ପେନସନ, ମଧ୍ୟମବର୍ଗଙ୍କ ପାଇଁ ଟିକସରେ ରିହାତି ସହ ପ୍ରତିରକ୍ଷା ବଜେଟ ବୃଦ୍ଧି କରିଛନ୍ତି । ବଜେଟକୁ ନେଇ ବିରୋଧିମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ସାଧାରଣ ଲୋକେ ବଜେଟକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

• ଲୋକସଭାରେ ୨୦୧୯-୨୦ ବର୍ଷ ଲାଗି ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ
• ୨୭,୮୪,୨୦୦ କୋଟି ଟଙ୍କାର ମୋଟ ବ୍ୟୟବରାଦ
• ମୂଳଧନୀ ବ୍ୟୟ ପରିମାଣ ୩,୩୬,୨୯ କୋଟି ଟଙ୍କା
• କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ପାଇଁ ୩,୨୭,୬୭୯ କୋଟି ଟଙ୍କା
• ରାଷ୍ଟ୍ରୀୟ ଶିକ୍ଷାମିଶନ ପାଇଁ ୩୮,୫୭୨ କୋଟି ଟଙ୍କା
• ତଫସିଲଭୁକ୍ତ ଜାତିର କଲ୍ୟାଣ ପାଇଁ ୭୬,୮୦୧ କୋଟି ଟଙ୍କା
• ତଫସିଲଭୁକ୍ତ ଉପଜାତିଙ୍କ କଲ୍ୟାଣ ପାଇଁ ୫୦,୦୮୬ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ
• ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଐତିହାସିକ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଘୋଷଣା
• ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା
• ଏଥିଲାଗି ସମସ୍ତ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର
• ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଲାଗୁ ହେବ ପ୍ରଧାନମନ୍ତ୍ରୀ କିଷାନ ଯୋଜନା
• ଦେଶର ୧୨ କୋଟି ଗରିବ କୃଷକଙ୍କୁ ମିଳିବ ସିଧାସଳଖ ଲାଭ
• ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପାଇଁ ଗଠନ ହେବ ସ୍ୱତନ୍ତ୍ର କେନ୍ଦ୍ରୀୟ ବିଭାଗ
• ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ପାଇଁ ଗଠନ ହେବ ରାଷ୍ଟ୍ରୀୟ କାମଧେନୁ ଆୟୋଗ
• ଅଙ୍ଗନୱାଡ଼ି, ଆଶାକର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି ଲାଗି ଘୋଷଣା
• ଶ୍ରମିକମାନଙ୍କ ପାଇଁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ପେନ୍ସନ୍ ଯୋଜନା
• ୬୦ ବର୍ଷ ପରେ ପ୍ରତି ଶ୍ରମିକଙ୍କୁ ମିଳିବ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍
• ବ୍ୟକ୍ତିଗତ ଆୟକର ଛାଡ଼ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
• ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି
• ଡାକଘର ଓ ବ୍ୟାଙ୍କ ସଂଚୟ ଜମାର ସୁଧ ଉପରେ ଟିଡିଏସ୍ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
• ରେଳବାଇ ପାଇଁ ୧.୫୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ
• ରେଳବାଇକୁ ମିଳିବ ୬୪,୫୮୭କୋଟି ଟଙ୍କାର ବଜେଟ୍ ସହାୟତା
• ଦିଲ୍ଲୀରୁ ବନାରସ ମଧ୍ୟରେ ଚାଲିବ ‘ବନ୍ଦେ ଭାରତ ହାଇସ୍ପିଡ୍ ଏକ୍ସପ୍ରେସ୍’
• ଯାଯାବର ଉପଜାତିଙ୍କ ପାଇଁ ଗଠନ ହେବ କଲ୍ୟାଣ ବୋର୍ଡ
• ନୂଆ ଭାରତ ନିର୍ମାଣ ପାଇଁ ବଜେଟ୍ରେ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା
• ୮୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିବେଶ ଲକ୍ଷ୍ୟ
• ବିମୁଦ୍ରୀକରଣ ପରେ ୩.୩୮ ଲକ୍ଷ ନକଲି / ଜାଲ୍ କମ୍ପାନୀର ପଞ୍ଜୀକରଣ ରଦ୍ଦ
• ଜିଏସ୍ଟି ଯୋଗୁ ବୃଦ୍ଧି ପାଉଛି ରାଜସ୍ୱ ଆୟର ପ୍ଳବତା
• ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି
• ମୁଦ୍ରା ଯୋଜନାରେ ୭୦ ପ୍ରତିଶତ ମହିଳାଙ୍କୁ ମିଳିଛି ଋଣ ସହାୟତା