୬ ଜିଲ୍ଲାରେ ପୁନଃକାର୍ଯ୍ୟକ୍ଷମ ହେଲା ବିଏସଏନଏଲ ନେଟୱର୍କ୍

କଟକ:କଟକ ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ ହେତୁ ବ୍ୟାହତ ହୋଇଥିବା ବିଏସଏନଏଲ ସେବା ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି । ପ୍ରାୟ ୨ ଦିନ ପରେ ପୁଣି ବିଏସଏନଏଲ ନେଟୱର୍କ ଓ ବ୍ରଡବ୍ରାଣ୍ଡ ସେବା ସଚଳ ହୋଇଛି ।

ସୂଚନାନୁସାରେ, ଗତ ୨୦ ତାରିଖରେ କଟକ ସ୍ଥିତ ବିଏସଏନଏଲ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଯାହା ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଏସଏନଏଲ ସେବା ଠପ ହୋଇଯାଇଥିଲା । ଏପରିକି ନେଟ୍ ଓ ବ୍ରଡବ୍ରାଣ୍ଡ ସେବା ମଧ୍ୟ ବ୍ୟାହତ ହୋଇଥିଲା  । ତେବେ କର୍ତୃପକ୍ଷ ଅତିଶୀଘ୍ର ଏହାର ସମାଧାନ ହେବ ବୋଲି କହିଥିଲେ ।  

ଆଜି ବନ୍ଦ ଥିବା ମୋବାଇଲ ନେଟୱର୍କ ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ମୋବାଇଲ ନେଟୱର୍କ ଆରମ୍ଭ କରାଯାଇଛି । କଟକ ସମେତ ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ନେଟୱର୍କ ପୁନକାର୍ଯ୍ୟକ୍ଷମ ହୋଇଛି । ଏନେଇ ବିଏସଏନଏଲ ଡିଜିଏମ ମାନସେନ୍ଦୁ ଦାସ ସୂଚନା ଦେଇଛନ୍ତି ।