ବଡ଼ଦିନ ଓ ନୂଆବର୍ଷ ପାଇଁ ବିଏସଏନଏଲ ପକ୍ଷରୁ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ୍

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ବଡ଼ଦିନ ଏବଂ ନୂଆବର୍ଷ ଉପଲକ୍ଷେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ ଲାଗୁ ହୋଇଛି । ଏହି ପ୍ଲାନ ଆଜି ବଡ଼ଦିନ ଠାରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଟେଲିକମ କମ୍ପାନି ବିଏସଏନଏଲ ପକ୍ଷରୁ ସୂଚନା ଦିଆଯାଇଛି ଯେ ପ୍ରମୋଶନାଲ ଅଫର ଦ୍ୱାରା ୧୯୯୯ ଟଙ୍କା ରିଚାର୍ଜ କଲେ ଏଣିକି ୨ମାସ ବା ୬୦ ଦିନ ଅଧିକ ଭାଲିଡ଼ିଟି ମିଳିବ ବୋଲି ଜଣାପଡ଼ିଛି ।

ପୂର୍ବରୁ ଏହି ସମାନ ୧୯୯୯ ଟଙ୍କା ରିର୍ଚାଜ କଲେ ଗ୍ରାହକଙ୍କୁ ଗୋଟିଏ ବର୍ଷ ବା ୩୬୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସୁବିଧା ମିଳୁଥିବାବେଳେ ଏବେ ଏହି ନୂତନ ଅଫରରେ ଗ୍ରାହକ ଅଧିକ ୬୦ ଦିନ ବା ୪୨୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସୁବିଧା ସୁଯୋଗର ଲାଭ ଉଠାଇପାରିବେ । ଏହା ସହ ବିଏସଏନଏଲ ପକ୍ଷରୁ ନିଶ୍ଚିତ ସମୟ ଟକଟାଇମ୍ ପ୍ଲାନରେ ମଧ୍ୟ ଅନେକ ଆକର୍ଷଣୀୟ ଅଫର ଦିଆଯାଉଛି ଯେପରିକି ଗ୍ରାହକ ୪୫୦ଟଙ୍କା ଓ ୨୫୦ ଟଙ୍କା ରିଚାର୍ଜ କଲେ ପୂର୍ବରୁ ମିଳୁଥିବା ଅଫର ସହ ଅଧିକ କିଛି ଏକ୍ସାଟ୍ରା ଟକଟାଇମ ମଧ୍ୟ କମ୍ପାନି ପକ୍ଷରୁ ଦିଆଯାଉଛି ।

ବିଏସଏନଏଲ ପକ୍ଷରୁ ଦିଆଯାଉଥିବା ବଡ଼ଦିନ ଏବଂ ନୂଆବର୍ଷ ଅଫର ବିଷୟରେ ଯଦି ଆମେ ବିସ୍ତୃତ ଭାବରେ ଆଲୋଚନା କରିବା ତେବେ କମ୍ପାନି ପକ୍ଷରୁ ଦିଆଯାଉଥିବା ୧୯୯୯ ଟଙ୍କା ପ୍ଲାନରେ କମ୍ପାନି ପୂର୍ବରୁ ୩୬୫ ଦିନ ସମୟ ଦେଉଥିବାବେଳେ ବର୍ତମାନ ସମାନ ଟଙ୍କାରେ କମ୍ପାନି ୪୨୫ ଦିନ ପର୍ଯ୍ୟନ୍ତ ସମାନ ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ଜଣାପଡ଼ିଛି । ଏହି ପ୍ଲାନରେ ଆପଣ ପାଇପାରିବେ ପ୍ରତ୍ୟେକ ଦିନ ୩ଜିବି ଡାଟା, କୌଣସି ବି ନେଟୱାର୍କକୁ ଅନଲିମିଟେଡ କଲ ସହ ଦିନ ୧୦୦ଟି ଏସଏମଏସ । ଏହା ସହ ଏହି ଯୋଜନା କମ୍ପାନି ତାର ଗ୍ରାହକଙ୍କୁ ବିଏସଏନଏଲ ଟ୍ୟୁନ ବିଏସଏନଏଲ ଟିଭିର ମଧ୍ୟ ମାଗଣା ସବସ୍କ୍ରିପଶନ ଦେବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି ।

ତେବେ ଏଠାରେ ଆମେ ପୁଣି ଥରେ କହି ରଖୁଛୁ କମ୍ପାନିର ଦ୍ୱାରା ଦିଆଯାଉଥିବା ଏହି ସମସ୍ତ ସ୍ୱତନ୍ତ୍ର ପ୍ଲାନ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ହିଁ ଚାଲିବ ।