ପଠାନକୋଟ ଏୟାରବେସରୁ ମିଗ-୨୧ ଉଡାଣ ଭରିଲେ ଅଭିନନ୍ଦନ

ନୂଆଦିଲ୍ଲୀ: ବିମାନ ଉଡାଇଲେ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରିଥିବା ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମିଗ୍‌-୨୧ ବିମାନରୁ ଏଫ୍-୧୬ ବିମାନକୁ ଧ୍ବଂସ କରିଥିଲେ । ଦୀର୍ଘ ୬ ମାସ ପରେ ପଠାଣକୋଟ ଏୟାରବେସରୁ ମିଗ-୨୧ ବିମାନ ଉଡାଇଲେ । ସେହି ସାହାସ ଓ ଶତ୍ରୁକୁ ପରାଜୟ କରିବାର ଦୃଢ ମନୋବଳ ଉଡାଣ ଭରିବା ସମୟରେ ତାଙ୍କ ଭିତରେ ଦେଖିବାକୁ ମିଳିଥିଲା । ଅବସର ପୂର୍ବରୁ ଶେଷଥର ପାଇଁ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ବୀରଚକ୍ର ବିଜେତା ଅଭିନନ୍ଦନଙ୍କ ସହ ଉଡାଣ ଭରିଛନ୍ତି ।