ଧଳା ହଜର ଚାଲାଣର ମାଧ୍ୟମ ପାଲଟିଛି ମାଛ

ବାଲେଶ୍ୱର: ଧଳା ଜହର ଚାଲାଣର ନୂଆ ମାଧ୍ୟମ ପାଲଟିଛି ମାଛ। ମାଛର ପାଟି ଭିତରେ ୩ଟି ବ୍ରାଉନସୁଗାର ପୁଡ଼ିଆ ଭର୍ତି କରି ପଶ୍ଚିମବଙ୍ଗ ଚାଲାଣ କରୁଥିବା ବେଳେ ପୋଲିସ ଆଜି ଜଣକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଯୁବକ ପଶ୍ଚିମବଙ୍ଗ ଦାନ୍ତୁନ ଅଂଚଳର ଶେଖ ମୁନା ବୋଲି ସୂଚନା ମିଳିଛି।

ଶେଖ ମୁନା ଠାରୁ ଜବତ ହୋଇଥିବା ମାଛର ପାଟିରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ତାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଜଳେଶ୍ୱର ଥାନା ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ତନଖି ଫାଟକ ନିକଟସ୍ଥ ମେଡିକାଲ ନିକଟରେ ପୋଲିସ ଓ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରିଲେ। ଏହି ବ୍ରାଉନସୁଗାର ଜଳେଶ୍ୱରରୁ ପଶ୍ଚିମବଙ୍ଗକୁ ଯାଉଥିବା ସୂଚନା ମିଳିଛି।