ବାଲେଶ୍ବର : ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ। ମିଳିଥିବା ସୂଚନା ମୁତାବକ,୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଏବଂ ୨୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି ପୋଲିସ। ସହଦେବଖୁଣ୍ଟା ପୋଲିସ୍ ଅଡର ବଜାର ନିକଟରେ ପୋଲିସ୍ ବ୍ରାଉନସୁଗାର ଜବତ କରିଛି। କୁଖ୍ୟାତ ଡ୍ରଗ ମାଫିଆ ଶେଖ ରାଜାର ସହଯୋଗୀ ମୁନ୍ନା ଖାନକୁ ପୋଲିସ୍ ଗିରଫ କରିଛି। ଏଥିସହ ୧୦୦ ଗ୍ରାମର ବ୍ରାଉନସୁଗାର ମଧ୍ୟ ଜବତ କରିଛି। ଘଟଣାସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ୍ ସୂଚନା ଦେଇଛି।
brown sugar seized from orderbazar baleswar odisha