୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ବାଲେଶ୍ୱର:ବାଲେଶ୍ୱର ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାରୁ ପୋଲିସ ଓ ଅବକାରୀ ମିଳିତ ଭାବେ ୩୮ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଗତକାଲି ରାତିରେ ପୋଲିସକୁ ବ୍ରାଉନସୁଗାର ଚୋରାଚାଲାଣ ବାବଦରେ ସୂଚନା ମିଳିଥିଲା । ଏହାପରେ ପୋଲିସ ଓ ଅବକାରୀ ବିଭାଗ ମାର୍କୋଣା ଅଂଚଳରେ ଚଢାଉ କରିଥିଲେ । ଚଢାଉ ବେଳେ ୨ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠୁ ୩୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

ଗିରଫ ହୋଇଥିବା ୨ ବ୍ରାଉନ ସୁଗାର ବେପାରୀ ଫୈୟଜ ଅହମ୍ମଦ ଓ ଆଶିକ ଖାଁ ବୋଲି ଜଣାପଡିଛି । ସେମାନେ ଖୋର୍ଧା ରଥିପୁର ଅଂଚଳର ଅଟନ୍ତି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।