ଅନୁଗୁଳ: ସାନ ଭାଇର ଜୀବନ ନେଲା ବଡ଼ ଭାଇ । ପାରିବାରିକ କହଳକୁ ନେଇ ବଡ଼ ଭାଇର ଟାଙ୍ଗିଆ ଚୋଟର ଶିକାର ହେଲା ସାନଭାଇ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁରେ। ମୃତକ ହେଲେ ଦିଲ୍ଲୀପ କୁମାର ନାୟକ। ଅଭିଯୁକ୍ତ ବଇଁଶି ନାୟକଙ୍କୁ ପୋଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏଥିରେ ବଇଁଶି ରାଗିଯାଇ ଘରୁ ଏକ ଟାଙ୍ଗିଆ ଆଣି ଦିଲ୍ଲୀପଙ୍କୁ ଚୋଟ ପକାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।