ଭୁଶୁଡିଲା କଟକ ଛତ୍ରବଜାରର ପୁରୁଣା ବ୍ରିଜ

କଟକ ଛତ୍ରବଜାରର ପୁରୁଣା ବ୍ରିଜ ଭୁଶୁଡି ପଡ଼ିଛି। ବ୍ରିଜ କଡ଼ରେ ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ଭୁଶୁଡିଥିବା ଜଣାପଡ଼ିଛି। ୨ରୁ ୩ ଜଣ ପରିବା ବ୍ଯବସାୟୀ ବ୍ରିଜ ତଳେ ଚାପି ହୋଇ ରହିିଥିବା ଆଶଙ୍କା କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲସ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବ୍ରିଜ ତଳୁ ଜଣେ ପରିବା ବେପାରୀ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।