କିଆରାଙ୍କ ଜାଗା ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ:କବୀର ସିଂହର ହିରୋଇନ କିଆରା ଆଡଭାନୀଙ୍କୁ ରିପ୍ଲେସ କଲେ ଧଡକ ଅଭିନେତ୍ରୀ ଜାହ୍ନବୀ କପୁର । ତେବେ ଜାହ୍ନବୀ ଏବେ ତାଭ୍କର ଆଗାମୀ ଫିଲ୍ମ “ଗୁଞ୍ଜନ ସକସେନା: ଦି କାରଗିଲ ଗାର୍ଲ”ର ସୁଟିଂ ଶେଷ କରିଛନ୍ତି । ଏହାପରେ ସେ ଆଉ ଏକ ଫିଲ୍ମର ସୁଟିଂ କରିବେ । ତେବେ ଏହା ମଧ୍ୟରେ ତାଙ୍କୁ ଆଉ ଏକ ଫିଲ୍ମର ଅଫର ମିଳିଛି ।

ଯେଉଁଥିରେ ପୂର୍ବରୁ କିଆରା ଅଭିନୟ କରିବାର ସୂଚନା ଥିଲା । “ମିଷ୍ଟର ଲେଲେ” ନାମକ ଏହି ଫିଲ୍ମରେ ବରୁଣ ଧାୱନ ଲିଡ ରୋଲରେ ଅଭିନୟ କରିବେ । ତେବେ ପ୍ରଥମ କରି ବରୁଣ ଏବଂ ଜାହ୍ନବୀଙ୍କୁ ବଡ଼ ପରଦାରେ ଦର୍ଶକ କେତେ ପସନ୍ଦ କରିବେ ସମୟ କହିବ ।