ଲିଭି ଇନ୍ ରିଲସନରେ ଫାଟ !

ମୁମ୍ବାଇ : ବଲିଉଡର ରୋମାଣ୍ଟିକ ଯୋଡି ଦିଶା ପଟାନୀ- ଟାଇଗର ଶ୍ରଫଙ୍କ ସଂପର୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ଦୁହିଁଙ୍କ ଲଭ ହେଉ ବା ଲିଭଇନ ରିଲେସନ ହେଉ ଏହାକୁ ନେଇ ବେଶ ଚର୍ଚ୍ଚିତ ହୋଇଛନ୍ତି ଏହି ରୋମାଣ୍ଟିକ କପୁଲ । ଦୁହଇଁଙ୍କ ଅନସ୍କ୍ରିନ ରୋମାନ୍ସ ଓ କେମେଷ୍ଟ୍ରିକୁ ବି ଦର୍ଶକ ଗ୍ରହଣ କରିଛନ୍ତି । ହେଲେ ଏବେ ଦୁହିଁଙ୍କର ଲିଭଇନ ରିଲେସନରେ ଫାଟ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଛି । ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ତେଣୁ ଦୁହେଁ କୁଆଡ଼େ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ ମୁତାବକ, ଦୁହିଁଙ୍କ ମଧ୍ୟରେ ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି କଥାକୁ ନେଇ ତୁ ତୁ ମେଁ ମେଁ ହେଉଛି। ଦୁହେଁ ସେମାନଙ୍କ ସମ୍ପର୍କକୁ ଏକ ନୂଆ ସୁଯୋଗ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ଫେଲ୍‌ ମାରଛି।
ସୂଚନା ଅନୁଯାୟୀ, ଦୁହେଁ ପରସ୍ପରକୁ ୩ ବର୍ଷ ହେବ ଡେଟ୍‌ କରୁଛନ୍ତି। ଏମିତି କି ଦିଶା ଟାଇଗରଙ୍କ ପରିବାର ଲୋକଙ୍କ ସହିତ ବି ମିଶି ଯାଇଥିଲେ। ସେ ସେମାନଙ୍କ ସହ ଅନେକ ଥର ତାଙ୍କ ଫ୍ୟାମିଲି ଲଞ୍ଚ୍‌ ଡେଟ୍‌ରେ ଯାଇଛନ୍ତି।
ଟାଇଗର ଓ ଦିଶାଙ୍କ ଅଭିନୀତ ଫିଲ୍ମ ‘ବାଗୀ-୨‘ ଚଳିତ ବର୍ଷ ରିଲିଜ୍‌ ହୋଇଥିଲା। ଏହା ସୁପରହିଟ୍‌ ହୋଇଥିଲା। ଏଥିରେ ଦୁହିଁଙ୍କ ଜୋରଦାର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା।
ଦିଶା ଏବେ ସଲମାନଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରୁଥିବା ବେଳେ ଟାଇଗର ଏବେ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର-୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।