ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲର ରାଷ୍ଟ୍ରପତି, ଗ୍ରହଣ କଲେ ପିଏମ ମୋଦୀଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ, ନଭେମ୍ବର ୧୪ (ଖବର ଓଡ଼ିଶା): ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋସ୍ଳୋନାରୋ ଆସନ୍ତାବର୍ଷ ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ବୁଧବାର ଖୁସିରେ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୧୧ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ବ୍ରାଜିଲ ଗସ୍ତରେ ଅଛନ୍ତି । ମୋଦୀ ଏହି ସମ୍ମିଳନୀ ମାଧ୍ୟମରେ ବୋସ୍ଲୋନାରୋଙ୍କୁ ଭେଟିଛନ୍ତି । ଏହି ବ୍ରିକ୍ସ ସମ୍ମିଳନୀ ଆତଙ୍କବାଦ ନିରୋଧକ ସହଯୋଗ ପାଇଁ ତନ୍ତ୍ର କରିବା ଉପରେ କେନ୍ଦ୍ରିତ କରିବ ଏବଂ ବିଶ୍ୱର ୫ ପ୍ରମୁଖ ଅର୍ଥବ୍ୟବସ୍ଥା ସହିତ ଭାରତର ସଂପର୍କକୁ ମଜବୁତ କରିବ । 

ବ୍ରିକ୍ସ ବିଶ୍ୱର ୫ ବିକଶିତ ଅର୍ଥବ୍ୟବସ୍ଥା ସମୂହ ଅଟେ, ଯେଉଁଥିରେ ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛି । ଉଭୟ ନେତା ଦ୍ୱିପାକ୍ଷୀକ ସଂପର୍କ ମଜବୁତ କରିବା ଲାଗି ସାର୍ଥକ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୋସ୍ଲୋନାରେଙ୍କୁ ୨୦୨୦ ଗଣତନ୍ତ୍ର ସମାରୋହ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ଖୁସିରେ ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । 

ଏକ ବୟାନରେ କୁହାଯାଇଛି ଯେ, ଉଭୟ ନେତା ସହମତ ସମୟରେ ଉଭୟ ଭାରତ ଓ ବ୍ରାଜିଲ ରଣନୀତି ଭାଗିଦାରୀକୁ ବ୍ୟାପକ ସ୍ତରରେ ପହଂଚାଇବାକୁ ନେଇ ଆଲୋଚନା କରିଛନ୍ତି । ମୋଦୀ କହିଛନ୍ତି, ସେ ବ୍ୟବସାୟ ସଂପର୍କିତ ପ୍ରସଂଗରେ ଚର୍ଚ୍ଚାକୁ ନେଇ ଉତ୍ସାହିତ ଅଛନ୍ତି । ମୋଦୀ ବ୍ରାଜିଲ ସହିତ ସମ୍ଭାବିତ ପୁଂଜିନିବେଶକୁ ଉଲ୍ଲେଖ କରିଛନ୍ତି, ଯେଉଁଥିରେ କୃଷି ଉପକରଣ, ପଶୁପାଳନ, ଫସଲ କାଟିବା ପ୍ରଯୁକ୍ତିବିଦ୍ୟା ଓ ଜୈବ ଇନ୍ଧନ ଆଦି ସାମିଲ ଅଛି ।