ପୁଣି ବ୍ରାଜିଲ ରାଷ୍ଟ୍ରପତିଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍

ବ୍ରସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ କୋଭିଡ୍ ଟେଷ୍ଟ ପଜିଟିଭ୍ ପୁଣି ଆସିଛି ପଜିଟିଭ୍ । ଏନେଇ ରାଷ୍ଟ୍ରପତିଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଦୁଇ ସପ୍ତାହ ପାଇଁ ବୋଲସୋନାରୋ କ୍ୱାରେଣ୍ଟାଇନରେ ରହିବେ । ଏହାସହ ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତ ସବୁ ବାତିଲ ହୋଇଛି ।

ଗଜ ୭ ତାରିଖରେ ବୋଲସୋନାରୋଙ୍କ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାପରଠୁ ବ୍ରସିଲିଆ ସ୍ଥିତ ରାଷ୍ଟ୍ରପତି ଭବନରେ ଆଇସୋଲେସନରେ ଅଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଚିକିତ୍ସାରେ ଲାଗିଛନ୍ତି ରାଷ୍ଟ୍ରପତି ଭବନର ମେଡିକାଲ ଟିମ୍ ।

କରୋନା ସଂକ୍ରମିତ ହେବା ପୂର୍ବରୁ କୋଭିଡ୍ ଗାଇଡଲାଇନକୁ ମାନୁ ନଥିଲେ ବ୍ରାଜିଲ ରାଷ୍ଟ୍ରପତି । ବିନା ମାସ୍କରେ ବୁଲୁଥିଲେ । ଲୋକଙ୍କୁ କୋଳାଗ୍ରତ କରିବା ସହ ହ୍ୟାଣ୍ଡସେକ୍ ବି କରୁଥିଲେ । ସଂକ୍ରମିତ ହେବା ପରେ ତାଙ୍କୁ ଚାରିଆଡୁ ସମାଲୋଚିତ ବି ହେବାକୁ ପଡ଼ିଥିଲା ।