ବ୍ରାଉନ୍ସୁଗାର କାରବାରରେ ଧରାପଡ଼ିଲେ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର: ଦିନକୁ ଦିନ ଭୁବନେଶ୍ୱରରେ ଚାଲିଛି ବ୍ରାଉନ୍ ସୁଗାର ବ୍ୟବସାୟ । କେତେବେଳେ ପୁରୁଷ ତ ପୁଣି ଆଉ କେତେବେଳେ ମହିଳା ଏହି ବ୍ୟବସାୟରେ ସାମିଲ ହୋଇଥିବା ଗୁମର ପଦାକୁ ଆସୁଛି । ମାତ୍ର ବୁଧବାର ଏହି ବ୍ୟବସାୟ କରୁଥିବା ଖବର ପାଇ ପୋଲିସ ହାତରେ ଖବର ମିଳିଛି । ଏହି ବ୍ୟବସାୟ ଏଥର ପୁରୁଷ କିମ୍ବା ମହିଳା ନୁହେଁ ବରଂ ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଛାତ୍ର କରୁଥିବା ନେଇ ଜଣାପଡ଼ିଛି । ଉକ୍ତ ଛାତ୍ରଙ୍କ ଠାରୁ ୮୩ ଗ୍ରାମର ବ୍ରାଉନସୁଗାର ପୋଲିସ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଭୁବନେଶ୍ୱରର ସାଲିଆସାହିରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି । ଅବକାରୀ ବିଭାଗ ଚଢ଼ାଉ କରି ଏହାକୁ ଜବତ କରିଛି ।