ବିଧାୟକଙ୍କ ମହାନତା : ମହାନଦୀରୁ ଉଦ୍ଧାର ଅସହାୟ ସୋନିର କନ୍ୟାଦାନ କରିବେ କିଶୋର ମହାନ୍ତି

କିଶୋର ମହାନ୍ତି ଓ ତାଙ୍କ ପତ୍ନୀ ୨୧ରେ କରିବେ କନ୍ୟାଦାନ, ସବୁଆଡୁ ବିଧାୟକ ଦମ୍ପତିଙ୍କୁ ସାବାସି

ଝାରସୁଗୁଡ଼ା :ଝାରସଗୁଡା : ବିଧାୟକଙ୍କ ମହାନତା । ଜଣେ ଅସହାୟ ଝିଅକୁ ବାହାଘର କରାଇ ତାର ଭବିଷ୍ୟତ ଘର ସଂସାର କରାଇବା ପରି ଏକ ମହତ କାମ କରିବାକୁ ଆଗେଇ ଆସିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । କେବଳ ବାହାଘର କରାଇବେନି ବଂର ନିଜେ କନ୍ୟାଦାନ କରିବା ପରି ଏକ ମହତ କାମ କରିବାକୁ ବି ନିଷ୍ପତ୍ତି ନେଇଛନ୍ତି ।  ଅସହାୟ ଝିଅର ବାହାଘର କରାଇବାକୁ ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ ୨୧ରେ ଝିଅ ଘରେ ପହଁଚି ରିତିନୀତିରେ ବାହାଘର କରିବେ ।

ମହାନଦୀ ପାଣିରେ ଛତିଶଗଡ଼ ଚନ୍ଦରପୁରରୁ ୨୦୧୬ ମସିହା ସେପ୍ଟେମ୍ବର ୧୩ ତାରିଖରେ ଭାସି ଆସିଥିବା ସୋନୀ ଯାଦବଙ୍କ କନ୍ୟାଦାନ ବ୍ରଜାରାଜନଗର ବିଧାୟକ କିଶୋର କୁମାର ମହାନ୍ତି କରିବେ। ଏନେଇ ବିଧାୟକ ଶ୍ରୀ ମହାନ୍ତି  ସୂଚନା ଦେଇଛନ୍ତି। ସୋନୀର କନ୍ୟାଦାନ କରିବା ପାଇଁ ସେ ଏବଂ ତାଙ୍କ ଧର୍ମପତ୍ନୀ ୨୧ ତାରିଖ କୁସମେଲ ଗ୍ରାମକୁ ଯିବେ ବୋଲି ବିଧାୟକ କହିଛନ୍ତି।

ମହାନଦୀରୁ ଉଦ୍ଧାର ହୋଇଥିଲେ ସୋନୀ

୨୦୧୬ ମସିହାରେ ସୋନୀ ଯାଦବଚନ୍ଦପୁରରେ ମହାନଦୀ ପାଣିରେ ଖସି ପଡ଼ିଥିଲେ। ପାଣିରେ ଦୀର୍ଘ ୧୨ ଘଣ୍ଟା ଭାସି ୮୦ କିଲୋମିଟର ଦୂର ଅତିକ୍ରମ କରିବା ପରେ କୁସମେଲ ଗ୍ରାମର ଧୀବର ସନ୍ୟାସୀ କାଲୋ ତାଙ୍କୁ ଉଦ୍ଧାର କରିଥିଲେ। ପରେ ପତ୍ନୀ ଅହଲ୍ୟାଙ୍କ ସହ ମିଶି ସୋନୀର ଚିକିତ୍ସା କରାଇଥିଲେ। ସୋନୀ ସୁସ୍ଥ ହେବା ପରେ ସେ ଛତିଶଗଡ଼ ସାରଙ୍ଗଡ଼ ଥାନା ଜେବାରା ଗ୍ରାମର ବୋଲି କହିଥିଲେ। ସେ ଛୋଟ ଥିବାବେଳେ ମା’ଙ୍କୁ ହରାଇ ଥିବାବେଳେ ବାପା ଜଣେ ମାନସିକ ରୋଗୀ। ଫଳରେ ସୋନୀ ଛୋଟବେଳୁ ନିଜ ଅଜା ଓ ମାଉସୀଙ୍କ ପାଖରେ ରହି କମଲାନଗରରେ ଜଣକ ଘରେ କାମ କରୁଥିଲେ। ସେଠାରୁ ୨୦୧୬ ମସିହା ସେପ୍ଟମ୍ବର ୧୩ ସୋନୀ ଚନ୍ଦ୍ରାସିନୀ ଦର୍ଶନ ପାଇଁ ଆସି ମହାନଦୀ ପାଖରେ ବୁଲୁଥିବାବେଳେ ନଦୀରେ ତାଙ୍କର ଗୋଡ଼ ଖସି ଯାଇଥିଲା। ତେବେ ଧୀବର ସନ୍ୟାସୀ ତାଙ୍କୁ ଉଦ୍ଧାର କରି ଝିଅ ରୂପେ ଗ୍ରହଣ କରିଥିଲେ। ଏବେ ସୋନୀଙ୍କ ବାହାଘର ପାଇଁ ସ୍ଥିର ହେବାପରେ କୁସମେଲ ଗ୍ରାମରେ ସମସ୍ତେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବିଧାୟକ କନ୍ୟାଦାନ କରିବା ପାଇଁ ସ୍ୱଇଚ୍ଛାରେ ଆଗେଇ ଆସିଛନ୍ତି।

ଶିଳ୍ପ ବହୁଳ ଝାରସଗୁଡା ଜିଲ୍ଲା । ଏଠାରେ ଅନେକ ବଡ ବଡ ଶିଳ୍ପ ପତି ଅଛନ୍ତି । ଅର୍ଥ ବଳ ଥିବା ନତୋଙ୍କର ବି ଏହି ଜିଲ୍ଲାରେ ଅଭାବ ନାହିଁ । କିନ୍ତୁ ଏମାନେ ସମସ୍ତେ ନିଜ ନିଜ ସ୍ୱାର୍ଥ ଓ ଅର୍ଥ ପଛରେ ଗୋଡାଇଥିବାବେଳେ ବିଧାୟକ କିଶୋର ମହାନ୍ତ ଓ ତାଙ୍କ ପତ୍ନୀ ଏମିତି ମହତ କାମକରିବାକୁ ଆଗେଇ ଆସିଥିବାରୁ ସାରା ପଶ୍ଚିମ ଓଡିଶାରେ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯିବା ସହ ତାଙ୍କୁ ପ୍ରଶଂସା କରାଯାଉଛି ।

Brajrajnagar MLA Kishore Mohanty will donate the daughter of helpless Sony rescued from the river