ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ମହାନତା : ହଜିଥିବା ଲୋକଙ୍କୁ ଇନ୍ଦୋରୁ ଖୋଜି ଆଣିଲେ ନିଜେ ବିଧାୟକ

ନିଖୋଜ ମାନସିକ ରୋଗୀଙ୍କର ପତା ପାଇ ଚିକିତ୍ସା ପାଇଁ ହାତ ବଢ଼ାଇଲେ ସହାୟତାର ହାତ,  ନିଜ ଖର୍ଚ୍ଚରେ ଚିକିତ୍ସା କରାଇ ତାଳଚେର ଫେରାଇ ଆଣିବେ

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଜଣେ ନିଖୋଜ ଯୁବକର ସନ୍ଧାନ ନେଇ ମଧ୍ୟପ୍ରଦେଶ ରେ ପହଁଚିଛନ୍ତି। ସେଠି ଏକ ସରକାରୀ ଡାକ୍ତରଖାନାରେ ନୁହୁରୀ ବେହେରା ନାମକ ଜଣେ ମାନସିକ ରୋଗୀ ହାତ ଗୋଡ଼ ଭାଙ୍ଗି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇଲାପରେ ବ୍ରଜକିଶୋର ତାଙ୍କ ବ୍ରଜନାଥପୁର ଗାଁରୁ ୨ ଜଣକୁ ଧରି ଫ୍ଲାଇଟ ଯୋଗେ ଯାଇଛନ୍ତି ମଧ୍ୟପ୍ରଦେଶ। ସେଠି ନୁହୁରୀ ବେହେରାଙ୍କୁ ସାକ୍ଷାତ କରି ସମସ୍ତ ମେଡିକାଲ ଖର୍ଚ୍ଚ ବୁଝିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କୁ ପ୍ଲାଇଟ ଯୋଗେ ନିଜ ଗାଁ ବ୍ରଜନାଥପୁର କୁ ଫେରାଇ ଆଣିବେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ନିଜ ଅଞ୍ଚଳର ଲୋକ ମାନଙ୍କର ସୁଖ ଦୁଃଖର ରହି କାମ କରିବାର ପରାମର୍ଶ କୁ ପ୍ରମାଣ କରି ଦେଖାଇଛନ୍ତି ବ୍ରଜକିଶୋର ପ୍ରଧାନ। ଆଉ ତାଙ୍କର ଏହି ଜନସେବା ପାଇଁ ରହିଛି ଅନେକ ଖ୍ୟାତି। ସେଥିପାଇଁ ସେ ବାପୁ ଭାଇ ନାମରେ ପରିଚିତ। ଆଉ ତାଙ୍କର ଏହି ସେବା ସୋସିଆଲ ମିଡିଆରେ ଆସିଥିବାରୁ ତାଙ୍କୁ ସବୁ ମହଲରୁ ଭୁୟସୀ ପ୍ରଶଂସା ମିଳିବାରେ ଲାଗିଛି।