ବ୍ରହେ୍ମାସ ସୁପରସୋନିକ୍‌ କ୍ରୁଜ୍‌ କେ୍ଷପଣାସ୍ତ୍ର ସଫଳ ପରୀକ୍ଷଣ

ଚେନ୍ନାଇ : ନୈସେନାର ସ୍ୱଦେଶୀକ ଷ୍ଟିଲ ଡେଷ୍ଟ୍ରୟର ଚେନ୍ନାଇରୁ ବ୍ରହେ୍ମାସ ସୁପରସୋନିକ୍‌ କ୍ରୁଜ୍‌ କେ୍ଷପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରିଛି। ପରୀକ୍ଷଣ ସମୟରେ ଏହି କ୍ଷପଣାସ୍ତ୍ର ଅାରବ ସାଗରରେ ଏକ ଟାଗେର୍ଟକୁ ଧକ୍କା ଦେଇଛି। ଉଚ୍ଚସ୍ତରୀୟ ଏବଂ ଅତ୍ୟଧିକ ଜଟିଳ ଯୁଦ୍ଧାଭ୍ୟାସ କରିବାରେ ଏହି କେ୍ଷପଣାସ୍ତ୍ର ସଫଳତାର ସହିତ ଲକ୍ଷ୍ୟକୁ ଟାଗେର୍ଟ କରିଛି। ସୂଚନାମିଳିଛି ଯେ ବ୍ରହେ୍ମାସ ସୁପରସୋନିକ୍‌ କ୍ରୁଜ୍‌ କେ୍ଷପଣାସ୍ତ୍ର ୪୦୦ କିଲୋମିଟରରୁ ଅାଧିକ ଲକ୍ଷ୍ୟକୁ ନଷ୍ଟ କରିପାରିବ। ଏହାର ପରିସର ପ୍ରଥମେ ୨୯୦ କିଲୋମିଟର ଥିଲାବେଳେ ଏହାର କ୍ଷମତାକୁ ୪୦୦ କିଲେମିଟରକୁ ବୃଦ୍ଧି କରାଯାଇଛି। ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଚୀନ୍‌ ସୀମାରେ ଥିବା ଅାନେକ ରଣନୀତି ସ୍ଥାନରେ ଭାରତର ବହୁ ସଂଖ୍ୟକ ବ୍ରହେ୍ମାସ ସୁପରସୋନିକ୍‌ କ୍ରୁଜ୍‌ କେ୍ଷପଣାସ୍ତ୍ର ନିୟୋଜିତ କରାଯାଇଛି

brahmos missile testing successfully