ରାଉରକେଲା:ରାଉରକେଲା ବ୍ରାହ୍ମଣୀ ନଦୀ ପୋଲର ସ୍ଲାବ୍ ଭାଙ୍ଗି ଖସିପଡ଼ିଛି । ଫଳରେ ପୋଲ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମରାମତି କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ଆଜି ସକାଳେ ବ୍ରାହ୍ମଣୀ ନଦୀ ପୋଲର ସ୍ଲାବ୍ ଭାଙ୍ଗି ଖସିପଡ଼ିଛି । ଖବର ପାଇବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ମରାମତି କାମ ଆରମ୍ଭ ହୋଇଛି । ସଂପୃକ୍ତ ସ୍ଥାନରେ ଲୁହା ପ୍ଲେଟ୍ ବସାଯାଇଛି । ମାତ୍ର ଲୋକମାନେ ଭୟ କରି ଯାତାୟତ କରୁ ନାହାଁନ୍ତି । ୧୪୩ ନମ୍ବର ଜାତୀୟ ରାଜପଥରେ ପ୍ରାୟ ୩ କିଲୋମିଟର ପର୍ୟ୍ୟନ୍ତ ରାସ୍ତା ଜାମ୍ ହୋଇଛି । ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ଫଳରେ ଯାତାୟତ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।