ଭୁବନେଶ୍ୱର: ବାତିଲ ହେବନି ଚଳିତବର୍ଷର ବିପିୟୁଟି ଅଷ୍ଟମ ସେମିଷ୍ଟାର ପରୀକ୍ଷା । ଅନ୍ଲାଇନ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହି ଅଷ୍ଟମ ସେମିଷ୍ଟାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ହେବ। ଏନେଇ ସୂଚନା ଦେଇଛନ୍ତି ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ।
ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ। ଛାତ୍ରଛାତ୍ରୀ ଚାହିଁଲେ ଅଫଲାଇନରେ ବି ପରୀକ୍ଷା ଦେଇପାରିବେ । ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫ୍ଲାଇନ୍ରେ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ଅନ୍ୟପକ୍ଷରେ ଗତକାଲି କରୋନା ପାଇଁ ସମସ୍ତ ୟୁଜି (+୩) ଓ ପିଜି ଦ୍ୱିତୀୟ ବର୍ଷର ଶେଷ ସେମିଷ୍ଟାର ପରୀକ୍ଷା ବାତିଲ୍ କରିଦେଇଛନ୍ତି ରାଜ୍ୟ ସରକାର । ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରି ଓ ପ୍ରାକ୍ଟିକାଲ୍ ବାତିଲ କରିଦିଆଯାଇଥିଲା ।