ବଲାଙ୍ଗିର ବିପିସିଏଲ ଏଲପିଜି ବଟଲିଙ୍ଗ ପ୍ଲାଣ୍ଟ ୨୭ରେ ହେବ ଲୋକାର୍ପଣ
ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏହାକୁ ରାଷ୍ଟ୍ର ଉଦ୍ୟେଶ୍ୟରେ କରିବେ ସମର୍ପଣ
ଭୁବନେଶ୍ବର : ବଲାଙ୍ଗିର ବିପିସିଏଲ ଏଲପିଜି ବଟଲିଙ୍ଗ ପ୍ଲାଣ୍ଟ ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ । ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏହାକୁ ରାଷ୍ଟ୍ର ଉଦ୍ୟେଶ୍ୟରେ ସମର୍ପଣ କରିବେ । ୧୦୩ କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀରରେ ନିର୍ମାଣ କରାଯାଇଥିବା ବିପିସିଏଲର ନୁତନ ନୁତନ ବଟଲିଂ ପ୍ଲାଣ୍ଟ କମ୍ପାନୀର ରାଜ୍ୟର ଦ୍ବିତିୟ ପ୍ଲାଣ୍ଟ । ଏହା ପୂର୍ବରୁ ଖୋର୍ଦ୍ଧାରେ କମ୍ପାନୀର ଆଉ ଏକ ବଟଲିଙ୍ଗ ପ୍ଲାଣ୍ଟ ରହିଛି । ବଲାଙ୍ଗିରର ଏହି ନୁତନ ପ୍ଲାଣ୍ଟ ସଂପୁଣ୍ଣର୍ର୍ ହେବାପରେ ଓଡିଶାର ତୖଳ କମ୍ପାନୀ ମାନଙ୍କ ବଟଲିଂ ପ୍ଲାଣ୍ଟ ସଂଖ୍ୟା ୭ରେ ପହଂଚିବ। ୧୦୩ କୋଟି ଟଙ୍କା ବ୍ୟୟରେ ବିପିସିଏଲର ବଲାଙ୍ଗିର ଏହି ପ୍ଲାଣ୍ଟରୁ ବାର୍ଷିକ ପ୍ରାୟ ୪୨ ଲକ୍ଷ ସିଲିଣ୍ଡର ବଟଲିଙ୍ଗ ହୋଇ ପାରିବ ବୋଲି କହିଛନ୍ତି ବିପିସିଏଲର ରିଜିଓନାଲ ଏଲପିଜି ମ୍ୟାନେଜର ଅତୁଲ କୁମାର।
୨୦୧୮ ମେ ୨୧ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ମାତ୍ର ୧୯ ମାସରେ ରେକଡ ସମୟରେ ଏହି ପ୍ଲାଣ୍ଟ ନିର୍ମାଣ କାମ ଶେଷ ହୋଇଛି । ପ୍ଲାଣ୍ଟରୁ ବାର୍ଷିକ ପ୍ରାୟ ୪୨ ଲକ୍ଷ ସିଲିଣ୍ଡର ବଟଲିଙ୍ଗ ହୋଇ ପାରିବ ।
୨୭ରେ ଲୋକାର୍ପିତ ହେବାକୁ ଥିବା ଏହି ପ୍ଲାଣ୍ଟକୁ ବଲାଙ୍ଗୀର ଠାରେ ଭାରତ ପେଟ୍ରୋଲିୟମ ପକ୍ଷରୁ ୨୦୧୮ ମେ ୨୧ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ଥଓ୍ବର ଚାନ୍ଦ ଗେହଲଟ ଓ ସେତେବେଳର ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ । ମାତ୍ର ୧୯ ମାସରେ ରେକଡ ସମୟରେ ଏହି ପ୍ଲାଣ୍ଟ ନିର୍ମାଣ କାମ ଶେଷ ହୋଇଛି ।
୨୭ରେ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏହାକୁ ରାଷ୍ଟ୍ର ଉଦ୍ୟେଶ୍ୟରେ ସମର୍ପଣ କରିବାକୁ ଥିବାବେଳେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସଙ୍ଗୀତା କୁମାରୀ ସୁଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବହୁ ଅଧିକାରୀ ଏବଂ ବିପିସିଏଲ ଅଧିକାରୀ ଉପସ୍ଥିତ ରହିବେ ବୋଲି ବିପିସିଏଲ ପକ୍ଷରୁ ସାମ୍ବାଦିକ ସମ୍ମିଳନିରେ କୁହାଯାଇଛି ।