ଗଜପତି ମହାରାଜାଙ୍କ ଭ୍ରମଣ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିୟାର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ପୁସ୍ତକ ଲେଖିଛନ୍ତି ଗଜପତି ଦିବ୍ୟ ସିଂହ ଦେବ ଦେବ । ଗଜପତିଙ୍କ ଏହି ପୁସ୍ତକର ନାଁ ରହିଛି ‘ମାଜେଷ୍ଟିକ ମାରା’ । ମଶାଇ ମାରାରେ ଭ୍ରମଣ ବେଳର ଫଟୋ ସମ୍ବଳିତ ପୁସ୍ତକକୁ ଉନ୍ମୋଚିତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ଉନ୍ମୋଚନ କରିବା ବେଳେ କେନିୟାର ଓଡ଼ିଆ ସାଂସଦ ସ୍ୱରୂପ ମିଶ୍ର ଓ ଭାରତରେ କେନିୟାର ରାଷ୍ଟ୍ରଦୂତ ୱିଲି ବେଟ୍ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ପୁସ୍ତକରେ ସ୍ଥାନିତ ହୋଇଥିବା ଫଟୋଗୁଡିକୁ ଆଶିଷ ଧୀର, ଦିଲ୍ଲୀପ ଧୀର ସାମନ୍ତ ଓ ଅମରଜ୍ୟୋତି ସିଂ ଦେଓ ଉତ୍ତୋଳନ କରିଛନ୍ତି | ଏଠାରେ ସୂଚନା ଥାଉ କି ମଶାଇ ମାରା ଅଭୟାରଣ୍ୟ କେନିଆ ଓ ତାଞ୍ଜାନିଆ ସୀମାରେ ରହିଛି |

ମାରା ନଦୀ ଏହା ମଧ୍ୟ ଦେଇ ପ୍ରବାହିତ ହୋଇଥିବାବେଳେ ଏହି ଅଭୟାରଣ୍ୟରେ ଜେବ୍ରା, ହରିଣ, ହାତୀ, ସିଂହ ଓ ଚିତାବାଘ ପ୍ରମୁଖ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ | ଏହି ଅଭୟାରଣ୍ୟ ପାଖାପାଖି ୧୫୦୦ ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟାପ୍ତ ହୋଇଥିବାବେଳେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଯାଇଥାନ୍ତି |