ଭୁବନେଶ୍ୱର: ରାଜ୍ୟରେ ଗତକାଲି କରୋନା ସଂକ୍ରମଣଙ୍କ ସଂଖ୍ୟା ୩୯ ହୋଇଥିବାବେଳେ ଭୁବନେଶ୍ୱରର ୩୨ଜଣ ଅଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ବାକି ୩୦ଜଣଙ୍କର ଚାଲିଛି ଚିକିତ୍ସା । ତେବେ ବମିଖାଲ ଅଂଚଳରୁ ଯେଉଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନେ ପ୍ରାୟ ସମସ୍ତେ ଗୋଟିଏ ପରିବାରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି।
Bhubaneshwar has about 30 active COVID positive cases. Most of them are linked to the first cases confirmed in Surya Nagar and Bomikhal. Almost all cases of Bomikhal are from one family. Both the clusters sealed and put under active surveillance. No need to panic @CMO_Odisha
— H & FW Dept Odisha (@HFWOdisha) April 6, 2020
ଆଜି ସକାଳେ ଏହି ଟ୍ୱିଟ୍ କରାଯାଇଛି। ଏଥିରେ ଲେଖାଯାଇଛି ଯେ ଭୁବନେଶ୍ୱରରେ ଏବେ ୩୦ ଜଣ କରୋନା ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟ ନଗର ଓ ବମିଖାଲରେ ମିଳିଥିବା ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବମିଖାଲର ପ୍ରାୟ ସମସ୍ତ କେସ୍ ଗୋଟିଏ ପରିବାରର। ଦୁଇଟି ଯାକ ଅଂଚଳକୁ ସିଲ୍ କରିଦିଆଯାଇଛି ଓ ସର୍ଭେଲାନ୍ସରେ ରଖାଯାଇଛି।