ବମିଖାଲ ଓଭର ବ୍ରିଜକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ସ୍ଥାନ ବମିଖାଳ ଓଭର ବ୍ରିଜକୁ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ ଉଦ୍‌ଘାଟନ ହେବା ପରେ ବମିଖାଲରୁ ସହିଦ ନଗର ଏବଂ ସହିଦ ନଗର ଠାରୁ ରସୁଲଗଡ଼ ଯାତାୟତ ସୁବିଧା ହେବ। ସୂଚନାଯୋଗ୍ୟ ବହୁପ୍ରତୀକ୍ଷିତ ଏହି ବମିଖାଲ ଓଭରବ୍ରିଜକୁ ୨୦୧୨ ମସିହାରୁ କାର‌୍ୟ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରେ ବାରମ୍ବାର ତ୍ରୁଟି ଦେଖାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଯେ ଏହି ବ୍ରିଜ୍ ଦୁଇ ଥର ଭଷୁଡ଼ି ଜଣେ ଲୋକ ମୃତ୍ୟୁ ଏବଂ ଅନେକ ଆହାତ ହେବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ଏହାପରେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ରାଜ୍ୟ ସରକାର ବ୍ଲାକ ଆଉଟ କରିଥିଲେ । ପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏହି ଓଭରବ୍ରିଜ କାର‌୍ୟ୍ୟ ହାତକୁ ନେଇଥିଲା । ଯାହାକି ମୋଟ୍ ୪୪ କୋଟି ଟଙ୍କା ବ୍ୟୟରେ ଦୀର୍ଘ ୭ ବର୍ଷ ପରେ ଶେଷ ହୋଇଛି । ନିର୍ମାଣ ହୋଇଥିବା ଏହି ବମିଖାଲ ଫ୍ଲାଏ ଓଭରବ୍ରିଜ ବମିଖାଲରୁ ସହିଦନଗର ଏବଂ ସହିଦନଗରରୁ ରସୁଲଗଡକୁ ଯାତାୟତ କରିହେବ । ସେପଟେ ଏହି ଫ୍ଲାଏ ଓଭର ୱାନ୍ ୱେ ହୋଇଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଏନେଇ କିଛି ଅସନ୍ତୋଷ ଦେଖାଦେଇଛି।