ପୁଅ- ବୋହୁ,ଝିଅ -ଜ୍ବାଇଁ ସାବଧାନ,ବୁଢା ବାପା ମା’ଙ୍କୁ  ହତାଦର କଲେ ମିଳିବି ପାରିବାରିକ ଜମି ମାଲିକାନା

ଭୁବନେଶ୍ବର  : ପୁଅ ବେ।ହୂ, ଝିଅ ଜ୍ବାଇ ସାବଧାନ । ବାପା ମା’ଙ୍କୁ  ହତାଦାର କଲେ ସମ୍ପତିରୁ ବଞ୍ଚିତ ହେବେ । ବାପା ମାଙ୍କୁ ଖରାପ ବ୍ୟବହାର କଲେ, ଭଲଭାବେ ଦେଖାଶୁଣା ନ କଲେ କେବେ ମାନସିକ ଯନ୍ତ୍ରଣା ଦେଲେ ପୁଅକୁ ଦାନ ଦେଇଥିବା ସମ୍ପତିକୁ ବାପା ମା ଫେରାଇ ନେଇପାରିବେ। ଆଜି ଏମିତି ରୁଲିଂ ଦେଇଛନ୍ତି ବମ୍ବେ ହାଇକୋର୍ଟ । ବରିଷ୍ଠ ନାଗରିକଙ୍କ ଉପଯୁକ୍ତ ଯତ୍ନ ନେବାପାଇଁ  ଉଦ୍ଧିଷ୍ଟ ଆଇନ ଅନୁଯାୟୀ କୋର୍ଟ ଶୁଣାଇଛନ୍ତି ରାୟ । ବିଚାରପତି ରଞ୍ଜିତ ମୋରେ ଓ ବିଚାରପତି ପ୍ରଭୁଦେଶାଇ ମାମଲାର ଶୁଣାଣ କରି ଦେଇଛନ୍ତି ରାୟ। ଅନ୍ଧେରିରେ ଜଣେ ବୃଦ୍ଧ ଦମ୍ପତି ସେମାନେ ରହୁଥିବା ଫ୍ଲାଟର ୫୦ ପ୍ରତିଶତ ପୁଅକୁ ଦାନ ସୂତ୍ରରେ ଦେଇଥିଲେ। ହେଲେ ପୁଅର ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ସେମାନ ଦାନ ଦେଇଥିବା ସମ୍ପତ୍ତିକୁ ଫେରାଇ ନେବାକୁ ଆବେଦନ କରିଥିଲେ। ଟ୍ରିବ୍ୟନାଲ ମାମଲାର ଶୁଣାଣି କରି ବୃଦ୍ଧ ଦମ୍ପତି କରିଥିବା ବୈଧ ଦଲିଲକୁ ବାତିଲ୍ କରିଥିଲେ । ଟ୍ରାଇବ୍ୟୁନାଲ ର ଏହି ରାୟକୁ ବମ୍ବେ ହାଇକୋର୍ଟ କାଏମ ରଖିଛନ୍ତି ।