ଐଶ୍ୱର୍ଯ୍ୟାଙ୍କ ପୁରୁଣା ସ୍ମୃତିକୁ ମନେ ପକାଇ ଝୁରୁଛନ୍ତି ସଲମାନ

ମୁମ୍ବାଇ : ବହୁଦିନ ଦିନ ପରେ ଐଶ୍ୱର୍ଯ୍ୟାଙ୍କ ନାଁ ମନେ ପକାଇ ପୁରୁଣା ସ୍ମୃତିକୁ ମନେପକାଇ ଝରୁଛନ୍ତି ସଲମାନ । ପୁରୁଣା ଦିନର କଥା କହି ଐଶଙ୍କୁ ପରୋକ୍ଷରେ ମନେପକାଇଛନ୍ତି ବଲିଉଡ ମୋଷ୍ଟ ଇଲିଜିବୁଲ ବ୍ୟାଚେଲର ସଲମାନ ଖାନ ।  ସଲମାନ ଏବେ ନିଜ ଭିଣୋଇ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଲଭରାତ୍ରୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ଫିଲ୍ମର ପ୍ରମୋସନ କରୁଥିବାର ଦେଖା ଯାଇଛି । ଏହି ଅବସରରେ ସଲମାନ ଐଶ୍ୱର୍ଯ୍ୟାଙ୍କ ନାଁ ଦୀର୍ଘ ବର୍ଷ ପରେ ପାଟିରେ ଧରି ଥିବା ଦେଖାଯାଇଛି । ସବୁ ବେଳେ ଐଶ୍ୱର୍ଯ୍ୟାଙ୍କ କଥା ଉଠିଲେ ସେଠାରୁ ଚାଲି ଯାଉଥିବା ସଲମାନ ଏତେ ଦିନ ପରେ ଐଶ୍ୱର୍ଯ୍ୟାଙ୍କ ନାଁ ଧରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ସୂଚନା ମୁତାବକ, ‘ଲଭରାତ୍ରୀ’ର ଟ୍ରେଲର ଲଞ୍ଚ କରିବା ପାଇଁ ପହଞ୍ଚିଥିଲେ ସଲମାନ । ଏହି ସମୟରେ ତାଙ୍କୁ ତାଙ୍କର ସବୁଠାରୁ ସ୍ମରଣୀୟ ନବରାତ୍ରୀ ବିଷୟରେ ପଚରା ଯାଇଥିଲା । ପ୍ରଶ୍ନ ଶୁଣିବା ପରେ ଐଶ୍ୱର୍ଯ୍ୟା ଏବଂ ତାଙ୍କର ଫିଲ୍ମ ‘ଦିଲ୍‌ ଦେ ଚୁକେ ସନମ’ର ନାଁ ନେଇଥିଲେ ସଲମାନ । ଏହି ଫିଲ୍ମରେ ଥିବା ଗୀତ ‘ଢ଼ୋଲି ତାରୋ…’ର ସୁଟିଂ ସମୟରେ ନବରାତ୍ରୀ ପଡ଼ିଥିଲା । ଯାହାକୁ ଆମେ ସୁଟିଂ କରିବା ସହ ଖୁବ୍‌ ମସ୍ତି କରିଥିଲୁ । ସବୁଠାରୁ ଖାସ୍‌ କଥା ହେଲା ଏହି ଫିଲ୍ମ ପରେ ପରେ ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।