କିସ୍‍ କରିବାକୁ ଡରନ୍ତି ସଲମାନ୍‍,କାହିଁକି ?

ଏବେ ଅଧିକାଂଶ ବଲିଉଡ ଚଳଚ୍ଚିତ୍ରରେ ଉତ୍ତେଜକ ଦୃଶ୍ୟ ଦେଖିବାକୁ ମିଳେ । ବେଡରୁମର ଚାରି କାନ୍ଥ ଭିତରେ ଯାହା ସୀମିତ ରହିବା କଥା, ସେଥିରୁ କିଛି ଖୋଲାଖୋଲି ପ୍ରଦର୍ଶିତ ହୁଏ ଚଳଚ୍ଚିତ୍ରରେ । ଅଧିକାଂଶ ସେଲିବ୍ରିଟି ହାଇ ବଜେଟ ଫିଲ୍ମରେ ଏଭଳି ଦୃଶ୍ୟ ସୁଟିଂ ପାଇଁ କୁଣ୍ଠାବୋଧ କରନ୍ତି ନାହିଁ । ଜାଣିଛନ୍ତି ଭାଇଜାନ ସଲମାନଙ୍କ କଥା କିନ୍ତୁ ଅଲଗା । ଏଭଳି ଦୃଶ୍ୟ ସୁଟିଂ କରିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ଏପରିକି ଆପଣ କିସ୍ ସିନ ମଧ୍ୟ ତାଙ୍କର କୌଣସି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେନି । ହେଲେ ସଲମାନଙ୍କ କିସ୍ ପ୍ରତି ବିତୃଷ୍ଣା କ’ଣ ପାଇଁ ଜାଣିଛନ୍ତି କି?
ବାସ୍ତବରେ ଜଣେ ଅଭିନେତ୍ରୀ ତାଙ୍କ କିସ ସିନ ଦେବାକୁ ମନା କରିବା ପରେ ଭାଇଜାନଙ୍କଏଥିପ୍ରତି ବିତୃଷ୍ଣା ଆସିଯାଇଛି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଭାଗ୍ୟଶ୍ରୀ । ମୈନେ ପ୍ୟାର କ୍ୟା ଚଳଚ୍ଚିତ୍ର ସୁଟିଂ ସମୟରେ ଅଭିନେତ୍ରୀ ଭାଗ୍ୟଶ୍ରୀ ଏହି ଦୃଶ୍ୟ କରିବେନି ବୋଲି କହିଥିଲେ । ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଥିବା ଏହି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଆବଶ୍ୟକ ଥିଲେ ମଧ୍ୟ ଭାଗ୍ୟଶ୍ରୀ ନିଜ ଜିଦରେ ଅଟଳ ରହିଥିଲେ । ଯେଉଁଥିପାଇଁ ଭାଇଜାନଙ୍କୁ ନିରାଶ ହେବାକୁ ପଡିଥିଲା । ଦୁହେଁ ଓଠକୁ ଓଠ ଲଗାଇବାକୁ ଯାଉଥିବା ବେଳେ ଏକ ବେଲୁନ ସେମାନଙ୍କ ସମ୍ମୁଖରେ ରଖି ଦିଆଗଲା ଓ ଫିଲ୍ମ ସୁଟିଂ ଶେଷ ହେଲା । ଏହି ଘଟଣା ପରେ ସଲମାନ ସ୍ଥିର କରିନେଇଥିଲେ ଯେ ପର୍ଯ୍ୟନ୍ତ ଫିଲ୍ମରେ କାମ କରିବେ ସେଥିରେ କୌଣସି ଉତ୍ତେଜକ କିମ୍ବା କିସ ଦୃଶ୍ୟରେ ଅଭିନୟ କରିବେ ନାହିଁ । ଏଥିପାଇଁ ଆଜିଯାଏ କୌଣସି ଫିଲ୍ମରେ ସଲମାନଙ୍କୁ କିସ ଦେବାର ଦେଖିବାକୁ ମିଳିନି ।