ଦବଙ୍ଗ ଖାନ୍‍ ଖୋଲିଲେ ଦେଶୀଗର୍ଲଙ୍କ ରାଜ

ଖୋଲିଲା ଦେଶୀଗର୍ଲଙ୍କ ରାଜ
ଦେଶୀଗର୍ଲଙ୍କ ରାଜ ଖୋଲିଛନ୍ତି ବଲିଉଡର ଦବଙ୍ଗ ଖାନ । ପ୍ରିୟଙ୍କା ଚୋପ୍ରା ଭାରତ ଛାଡିବା ପଛର ଅସଲ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ନିକଟରେ ପ୍ରିୟଙ୍କା ସଲମନଙ୍କ ଭାରତ ସିନେମା ଅଫର ଛାଡିବାକୁ ନେଇ ବଲିଉଡରେ ଚର୍ଚ୍ଚା ଚାଲିଥିଲା । ନିଜ ପ୍ରେମିକା ନିକଙ୍କ ସହ ବାହାଘର ଲାଗି ପ୍ରିୟଙ୍କା ଫିଲ୍ମ ଛାଡୁଥିବା ଖବର ଆସିଲା । ଏମିତିକି ଭାରତ ସିନେମାର ନିର୍ଦେଶକ ଅଲ୍ଲୀ ଅବାଜ ଜଫର ପ୍ରିୟଙ୍କା ଓ ନିକଙ୍କ ନିର୍ବନ୍ଧ ଏହା ପଛର କାରଣ ବୋଲି କହିଥିଲେ । ହଲେ ଏବେ ସତ ଉପରୁ ପରଦା ଉଠାଇଛନ୍ତି ବଲିଉଡର ଦବଙ୍ଗଖାନ ସଲମାନ । ପ୍ରିୟଙ୍କାଙ୍କୁ ହଲିଉଡରୁ ଏକ ଅଫର ଆସିଥିଲା । ସେଥିଲାଗି ବଲିଉଡର ଭାରତ ସିନେମା ଛାଡିବାକୁ ଘୋଷଣା କରିଥିଲେ ପ୍ରିୟଙ୍କା । କ୍ରିସ ପ୍ରିଟଙ୍କ ସହ କାଓବୟ ନିଂଜା ୱାଇକିଙ୍ଗ ସିନେମା କରିବାର ଅଫର ମିଳିଥିବାରୁ ପ୍ରିୟଙ୍କା ବଲିଉଡର ଭାରତ ସିନେମା ଛାଡିବାକୁ ଚାଡିଛନ୍ତି । ହେଲେ ସତ ଧରାପଡିବା ଭୟରେ ସେ ନିଜ ପ୍ରେମିକ ନିକଙ୍କ ସହ ନିର୍ବନ୍ଧ କଥା କହିଛନ୍ତି ।
ହେଲେ ଯାହା ପାଇଁ ପ୍ରିୟଙ୍କା ଭାରତ ଛାଡିଲେ ଏବେ ସେଇ ସିନେମା କୁଆଡେ ତାଙ୍କ ହାତଛଡା ହେବାକୁ ଯାଉଛି । କୁହାଯାଉଛି ହଲିଉଡର ସିନେମା କାଓବୟ ନିଂଜା ୱାଇକିଙ୍ଗ ପ୍ରୋଜେକ୍ଟ ଏବେ ।ଗକୁ ବଢିପାରରୁନି । ଶେଷ ଥର ପ୍ରିୟଙ୍କା ବଲିଉଡ ସିନେମା ଗଙ୍ଗାଜଲ-୨ରେ ପରଦାକୁ ଆସିଥିଲେ ।