ମାଉଥ କିସ ଫଟୋ ସେୟାର କରି ଅଡୁଆରେ ମୀରା- ସାହିଦ, ଦେଖନ୍ତୁ କେମିତିଆ ଫଟୋ ଆଉ କାହିଁକି ଫ୍ୟାନ କହିଲେ ଥାର୍ଡକ୍ଲାସ

ମୁମ୍ବାଇ : ଦୀପାବଳୀରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅଡୁଆରେ ବଲିଉଡ ଷ୍ଟାର ଦମ୍ପତି । ମୀରା ଓ ସାହିଦ କପୁର । ଇଏ ଏମିତି ସେମିତି ଫଟୋ ନୁଙେଁ କପୁର ଦମ୍ପତିଙ୍କ ଏହା ହେଉଛି ମାଉଥ କିସ କରିବାର ଫଟୋ । ତାହା ପୁଣି ଖୋଲା ଖୋଲି ଭାବେ । ଯେଉଁ ଫଟୋକୁ ସେୟାର କରିବା କଥା ନୁହେଁ ତାକୁ ସେୟାର କରିଛନ୍ତି କୁପ ଦମ୍ପତି ।

ବଲିଉଡ୍‌ ଷ୍ଟାର ସାହିଦ କପୁରଙ୍କ ପ୍ରେମ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଚଳିତ ବର୍ଷ ଦୀପାବଳିକୁ ବଲିଉଡ୍‌ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ଏମାନଙ୍କର କିଛି ଫଟୋକୁ ନେଇ ମଧ୍ୟ ଆସୁଛି ଖବର। ତେବେ ଦୀପାବଳି ପାଳନ ପରେ ସାହିଦ କପୁର ଓ ତାଙ୍କ ପତ୍ନୀ ମୀରା ଏମିତି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ଦେଖିବା ପରେ ଉଭୟଙ୍କୁ ଟ୍ରୋଲ୍‌ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ। ଉକ୍ତ ଫଟୋରେ ସାହିଦ-ମୀରା ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖାଯାଉଛି। ଆଉ ଏହାର କ୍ୟାପଶନ୍‌ରେ ମୀରା ଲେଖିଛନ୍ତି, ‘ଓନ୍‌ଲି ଲଭ୍‌, ହାପି ଦିଓ୍ବାଲି’। ଏହି ଫଟୋଟି ଦେଖିବା ପରେ କେତେଜଣ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ହେଲେ ଆଉ କେତେଜଣ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଜଣେ ଲେଖିଛନ୍ତି ଏହା ହେଉଛି ଥାର୍ଡ କ୍ଲାସ୍‌ ଦିଓ୍ବାଲି। ଅନ୍ୟଜଣେ ମଧ୍ୟ ଟ୍ରୋଲ୍‌ କରି ଲେଖିଛନ୍ତି ଏହା ଦିଓ୍ବାଲି ହନିମୁନ ନୁହେଁ। ପୁଣି କିଏ ଲେଖିଛନ୍ତି ପର୍ସନାଲ ଲାଇଫକୁ ପର୍ସନାଲ ଭାବେ ରଖନ୍ତୁ ପବ୍ଲିକକୁ କାହିଁକି ଆଣୁଛନ୍ତି। ଏତିକିରେ ସରିନି ଅନ୍ୟଜଣେ ୟୁଜର ଲେଖିଛନ୍ତି, ଭାଲେଣ୍ଟାଇନ୍‌ ଡେ ଓ ଦିଓ୍ବାଲି ଭିତରେ ପାର୍ଥକ୍ୟ ବୁଝି ନିଅନ୍ତୁ। ଯାହା ବି ହେଉନା କାହିଁକି ପ୍ରେମ ଯେ ମାନେନା ବାଧା ବନ୍ଧନ ତାହା ସ୍ପଷ୍ଟ ବାରି ହୋଇପଡୁଛି ସାହିଦ-ମୀରାଙ୍କ ଏହି ଫଟୋରୁ।