ବିଜେପିରେ ସାମିଲ ହେଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୋଡୱାଲ

ବିଜେପିରେ ସାମିଲ ହେଲେ ପ୍ରସିଦ୍ଧ ଗାୟିକା ଅନୁରାଧା ପୋଡୱାଲ । ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

କହିବାକୁ ଅନୁରାଧା ପୋଡୱାଲ ବଲିଉଡର ଜଣେ ସୁନାମଧନ୍ୟ ଗାୟିକା ।୯୦ ଦଶକରେ ଭଜନ ଗାଇ ବେଶ ଲୋକପ୍ରିୟ ହୋଇଥିଲେ ଅନୁରାଧା । କେବଳ ଭଜନ ନୁହେଁ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ଅନୁରାଧା । ଏବେ ସେ ୬୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୬୯ ମସିହାରେ ଅରୁଣ ପଡୱାଲଙ୍କୁ ବିବାହ କରିଥିଲେ । ଅରୁଣ ପଡୱାଲ ଏସଡି ବର୍ମନଙ୍କ ନିକଟରେ ସହଯୋଗୀ ସଂଗୀତ ସଂଯୋଜକ ଭାବେ କାମ କରୁଥିଲେ । ଅନୁରାଧାଙ୍କୁ ଗୋଟିଏ ପୁଅ ଓ ଗୋଟିଏ ଝିଅ । ହେଲେ କିଛି ବର୍ଷ ପୂର୍ବରୁ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୧୯୯୧ ମସିହାରେ ଅରୁଣ ପଡୱାଲଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି ।