ଏହି ଜଣଙ୍କୁ ଜୀବନଠୁ ଅଧିକ ଭଲପାଆନ୍ତି, ହାତ ଉଠେଇଲେ ବି କିଛି କହନ୍ତିନି ସଲମାନ୍

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ତେବେ ଆଜି ଆମେ ତାଙ୍କ ବିଷୟରେ କିଛି ଏଭଳି କଥା କହିବୁ ଯାହା ଆପଣ କେବେ ଜାଣି ନ ଥିଲେ । ବାପା-ମା’ ପରେ ତାଙ୍କର ଏଭଳି ଜଣେ ନିଜ ଲୋକ ଅଛନ୍ତି, ଯେ କି ତାଙ୍କୁ ହାତ ଉଠାଇଲେ ବି ସଲମାନ୍ କେବେ କିଛି କୁହନ୍ତି ନାହିଁ ।

ସଲମାନ୍ ଙ୍କ ସବୁଠାରୁ ଅତିପ୍ରିୟ ହେଉଛନ୍ତି ତାଙ୍କ ଭଉଣୀ ଅର୍ପିତାଙ୍କ ପୁଅ ଆହିଲ । ଯାହାକୁ ନିଜ ଜୀବନଠାରୁ ବି ଅଧିକ ଭଲ ପାଆନ୍ତି ସଲମାନ୍ । ଆହିଲ ଯେବେଠାରୁ ଜନ୍ମ ହୋଇଛନ୍ତି, ସେହିଦିନଠାରୁ ସଲମାନ୍ ଙ୍କ ଜୀବନରେ ଥିବାର ଖୁସି ଦ୍ୱିଗୁଣିତ ହୋଇଯାଇଛି । ସେ ଯେତେ ବ୍ୟସ୍ତ ଥିଲେ ବି, ସମୟ ବାହାର କରି ଆହିଲ ସହ ଟିକେ ସମୟ କାଟିବା ପାଇଁ ପଳାଇ ଆସନ୍ତି ।

ସବୁବେଳେ ସଲମାନ୍ ଭଣଜା ଆହିଲ ସହ ମସ୍ତି କରିଥାନ୍ତି ଏବଂ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ତେବେ ଉଭୟଙ୍କ ଯୋଡିଙ୍କୁ ଫ୍ୟାନ୍ସ ମାନେ ବେଶ୍ ପସନ୍ଦ ବି କରନ୍ତି । ଏବେ ଆହିଲ କଥା କହିଲେଣି । କିଛିଦିନ ପୂର୍ବେ ତାଙ୍କୁ ‘ଲଭୟାତ୍ରୀ’ ର ପ୍ରମୋସନେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସଲମାନ୍ ମଧ୍ୟ ଥିଲେ । ଏଠାରେ ସେ ମାଇକ୍ ଛଡାଇବା ଭଳି ମସ୍ତି ସଲମାନ୍ ଙ୍କ ସହ କରୁଥିଲେ । ଯାହାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ।

ଏହି ଫଟୋଟି ଦେଖୁଛନ୍ତି, ଯେଉଁଥିରେ ସଲମାନ୍ ନାହାଁନ୍ତି ସତ, ମାତ୍ର ତାଙ୍କର ଲକି ବ୍ରେସଲେଟ୍ ଧରି ଆହିଲ ଚୋବାଇବାରେ ଲାଗିଛନ୍ତି । ଯାହାର ଫଟୋ ବେଶ୍ ଚର୍ଚ୍ଚାରେ ମଧ୍ୟ ଥିଲା ।

ଏହି ଫଟୋରେ ଆହିଲ ଓ ସଲମାନ୍ ବକ୍ସି କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଫଟୋଟି ସେତେବେଳର ଥିଲା, ଯେତେବେଳେ ସଲମାନ୍ ଙ୍କ ଫିଲ୍ମ “ସୁଲତାନ୍” ରିଲିଜ୍ ହେବାର ଥିଲା ।